କିସିଣ୍ଡାରେ ପ୍ରାଣୀ ସମ୍ପଦ ଚିକିତ୍ସା ଶିବିର ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଡା ବ୍ଲକ ଅନ୍ତର୍ଗତ କିସିଣ୍ଡା ଗ୍ରାମରେ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ସହାୟତାରେ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ଏକ ମାଗଣା ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ରେ ଗାଁରେ ଥିବା ସମସ୍ତ ପଶୁପାଳକ ମାନଙ୍କର ସମସ୍ତ ଗାଈ ଗୋରୁଙ୍କ ଗର୍ଭ ପରୀକ୍ଷା, ରୋଗର ଚିକିତ୍ସା, ଛେଳି ମାନଙ୍କ କୃମିନାସକ ବଟିକା, ଟୀକା ଏବଂ ସମସ୍ତ ଔଷଧ ମାଗଣାରେ ବିତରଣ କରାଯାଇଥିଲା । ଏହି ଶିବିରରେ ସମୁଦାୟ ୨୨୭ ଟୀ ଗାଈ ଓ ଛେଳି ମାନଙ୍କ ଚିକିତ୍ସା କରାଯାଇଥିଲା। ଏହି ଶିବିର ଶେଷ ସମୟରେ ସବୁ ଗୋପାଳକ ଚାଷୀ ଭାଇ ମାନଙ୍କୁ ପ୍ରାଣୀ ମାନଙ୍କ ପାଇଁ ଉନ୍ନତ ମ।ନର ଖାଦ୍ଯ ମିନାରାଲ ମିକ୍ସଚର ପ୍ରଦାନ କରଯାଇଥିଲା ଏବଂ କେଉଁ ଖାଦ୍ଯ ଖୁଆଇଲେ ଶରୀର ହୃଷ୍ଟପୃଷ୍ଟ ହେବ ଓ ରୋଗ କମ ହେବା ସଙ୍ଗେ ସଙ୍ଗେ ରୋଗପ୍ରତୋରୋଧ ଶକ୍ତି ବଢିବ ସେ ବିଷୟରେ ଅବଗତ କରଯାଇଥିଲା । ଉକ୍ତ ଶିବିରରେ ଅନୁଗୁଳ ଜିଲ୍ଲା ର ସୁନାମଧନ୍ୟ ପଶୁବିଶେଷଜ୍ଞ ଡା. ପଲ୍ଲବି ପ୍ରିୟଦର୍ଶିନୀ ଦାସ (ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଚେଣ୍ଡିପଦ। ), ଶ୍ରୀ ରାଜକିଶୋର ଦେହୁରି(ଏଲ ଆଇ), ଶ୍ରୀ ସଞ୍ଜୟ କୁମାର ମେହେର (ଏଲ ଆଇ ) ଉପସ୍ଥିତ ରହି ସମସ୍ତ ପଶୁ ମାନଙ୍କ ର ଚିକିତ୍ସା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ରିଲାଏନ୍ସ ଫାଉଣ୍ଡେସନ ଚାଷୀ ମାନଙ୍କ ପାଇଁ ଉପଲବ୍ଧ ଥିବା ନିଶୁଳ୍କ ହେଲ୍ପଲାଇନ ନମ୍ବର 1800 419 8800 ର ଘୋଷଣା କରିବା ସହ ଚାଷ ଓ ପ୍ରାଣୀ ପାଳନ ସମ୍ବଧୀୟ ଅଧିକ ପରାମର୍ଶ ପାଇବା ପାଇଁ ଉକ୍ତ ନମ୍ବର ରେ ମାଗଣା ଯୋଗାଯୋଗ କରିବାକୁ ଚାଷୀ ଭାଇ ମାନଙ୍କୁ ସୂଚନା ଦିଆଯାଇଥିଲା । ଏହି ଶିବିର ରେ କିସିଣ୍ଡ। ଗ୍ରାମର ୩୫ ଜଣ ପଶୁପାଳକ ଭାଇ ଓ ଭଉଣୀ ମାନେ ଭାଗ ନେଇଥିଲେ ଏବଂ ଏହି ପ୍ରାଣୀ ଚିକିତ୍ସା ଶିବିରକୁ  ରିଲାଆନ୍ସ ଫାଉଣ୍ଡେସନ ଜିଲ୍ଲା ସଂଯୋଜକ ଅଶୋକ କୁମାର ମଲ୍ଲିକ ଓ ସହ ସଂଯୋଜକ ରାଜେନ୍ଦ୍ର ଦେହୁରି ପରିଚାଳନା କରିଥିଲେ।

powered by social2s