ନୟାଗଡ଼: ଘରକୁ ଫେରିଲେ ୫ ଦିନ ହେବ ନିଖୋଜ ଥିବା ଅମ୍ରିତ ପାତ୍ର। ଆଜି ସକାଳେ ଗାଁରେ ଜଣଙ୍କ ଘର ବାରଣ୍ଡାରେ ବସିଥିବା ଦେଖିବାକୁ ମିଳିଥିଲା ଅମ୍ରିତ।
ଅମ୍ରିତଙ୍କୁ ହେପାଜତକୁ ନେଲା ଓଡ଼ଗାଁ ପୋଲିସ। ମେଡିକାଲରେ ଅମ୍ରିତର ହେବ ସ୍ୱାସ୍ଥ୍ୟ ପରୀକ୍ଷା। କୋର୍ଟରେ ହେବ ତାଙ୍କର ବୟାନ ରେକର୍ଡ। ବୟାନ ଆଧାରରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ନୟାଗଡ଼ ଜିଲ୍ଲା କୁରାଳ ଗାଁରୁ ଡିସେମ୍ବର ୧୫ ସନ୍ଧ୍ୟାରେ ଟ୍ୟୁସନ ଯାଇ ନିଖୋଜ ହୋଇଥିଲେ ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ । ନିଖୋଜ ନେଇ ଥାନାରେ ପରିବାର ପକ୍ଷରୁ ଏତଲା ପରେ ୪ ଟି ପୋଲିସ ଟିମ୍ ଗଠନ କରାଯାଇ ଜାରି ରହିଥିଲା ସନ୍ଧାନ। ଏହି ସୂଚନା ଦେଇଛନ୍ତି ସରଣକୁଳ ଏସ୍ଡିପିଓ କିରଣ ହେମ୍ବ୍ରମ ।
powered by social2s

