ଗଜପତି ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଚୋରା ଚାଲାଣ ବେଳେ ୨୦ କଇଁଛ ଉଦ୍ଧାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ କଇଁଛ ଚୋରା ଚାଲାଣ ବେଳେ ୨୦ ରୁ ଉର୍ଦ୍ଧ୍ବ କଇଁଛଙ୍କୁ ଉଦ୍ଧାର କରିଛି ବନ ବିଭାଗ। ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ ବାହାରକୁ କଇଁଛ ଚୋରା ଚାଲାଣ କରାଯାଉଥିବା ସ୍ଥାନୀୟ ଲୋକେ ବନ ବିଭାଗ ନିକଟରେ ଅଭିଯୋଗ କରି ଆସୁଥିଲେ। ଗତକାଲି କଇଁଛ ଚାଲାଣକୁ ରୋକିବା ପାଇଁ ସ୍ଥାନୀୟ ଲୋକେ ଯୋଜନା କରି ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଗେଟ୍‌ ପାଖରେ ଜଗି ରହିଥିଲେ। କାଲି ରାତି ପ୍ରାୟ ୯ଟାରେ ଜଣେ ବ୍ୟକ୍ତି ଏକ ବସ୍ତାରେ ୨୦ରୁ ଅଧିକ କଇଁଛ ପୁରାଇ ଲୁନା ଗାଡ଼ିରେ ପାରଳାଖେମୁଣ୍ଡି ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ ବାହାରିଥିଲା। ଏହି ସମୟରେ ସ୍ଥାନୀୟ ଲୋକେ ତାକୁ ମାଡ଼ି ବସିଥିଲେ। ମାତ୍ର କଇଁଛ ନେଇ ଯାଉଥିବା ବ୍ୟକ୍ତି ଗାଡ଼ି ଓ କଇଁଛକୁ ଛାଡ଼ି ସେଠାରୁ ଫେରାର୍ ହୋଇଯାଇଥିଲା। ପରେ ସ୍ଥାନୀୟ ଲୋକଙ୍କ ନିକଟରୁ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବସ୍ତାରୁ କଇଁଛ ଗୁଡିକୁ ଉଦ୍ଧାର କରିବା ସହ ଗାଡ଼ିଟିକୁ ଜବତ କରିଥିଲା। କର୍ଯ୍ୟାଳୟ ବସ୍ତାରେ କଇଁଛ ନେଇ ଯାଉଥିବା ବ୍ୟକ୍ତି ଜଣଙ୍କ ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ଠିକା କର୍ମଚାରୀ ବୋଲି ଜଣାପଡିଛି। ତେବେ ଘଟଣାର ତଦନ୍ତ ଚାଲିଛି ବୋଲି କହିଛନ୍ତି ପାରଳାଖେମୁଣ୍ଡି ରେଂଜର ଡି.ଭି. ଶର୍ମା।

powered by social2s