୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଯୋଗୁ ଗାଡ଼ି ଚଳାଚଳ ପ୍ରଭାବିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାରିପଦା: ଆଜି ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ ଆଦିବାସୀ ସଂଗଠନ। ବାରିପଦା ସମେତ ରାଇରଙ୍ଗପୁର, ଜଶିପୁର, କରଞ୍ଜିଆ ଓ ବହଳଦା ଓ ଅନେକ ସ୍ଥାନରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ସୂଚନା ଅନୁଯାୟୀ, ୨୦୦୭ ମସିହାରେ ଆଦିବାସୀ ଭାଷା ଶିକ୍ଷକ ମାନେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିଲେ। ଦୀର୍ଘ ୧୫ ବର୍ଷ ହେଲା ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇନାହିଁ। ତେଣୁ ଆଦିବାସୀ ଭାଷା ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ଏହି ବନ୍ଦ ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ପାଳନ କରାଯାଉଛି।

powered by social2s