କଟକ: ଜାନୁଆରୀ ୧୧ ତାରିଖରେ କଟକରେ ଅନୁଷ୍ଠିତ ହେବ ପୁରୁଷ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ। ଉଦ୍ଘାଟନୀ ଉତ୍ସବ ଲାଗି ଗମନାଗମନକୁ ସୁରକ୍ଷିତ ଓ ସ୍ବଚ୍ଛ ରଖୁବାକୁ ନିଆଯାଇଛି ପଦକ୍ଷେପ । କଟକରେ ଭାରିଯାନରେ ଲଘୁଖଣିଜ ପଦାର୍ଥ ପରିବହନ ଉପରେ ଲଗାଯାଇଛି କଟକଣା। ଜାନୁଆରୀ ୧ରୁ ୧୨ ତାରିଖ ପର୍ଯ୍ୟନ୍ତ ଟ୍ରକ୍, ଟିପ୍ସର, ଟ୍ରାକ୍ଟରରେ ବାଲି, ଚିପ୍ସ ଆଦିର ପରିବହନ ଉପରେ ଲଗାଯାଇଛି କଟକଣା। ୧ରୁ ୧୨ ତାରିଖ ପର୍ଯ୍ୟନ୍ତ ଦିନରାତି ୨୪ ଘଣ୍ଟା ଏହି କଟକଣା ଲାଗୁ ହେବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କଟକ ସହରସୀମା ଓ କଟକରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଉକ୍ତ ନିଷେଧାଦେଶ ବଳବତ୍ତର ରହିବ।
powered by social2s

