ଭୁବନେଶ୍ୱର: ହୋର୍ଡିଂ ଉପରେ ଚଢିଥିବା ମୁକ୍ତିକାନ୍ତଙ୍କ ନିକଟରେ ପହଞ୍ଚିଲା ଅଗ୍ନିଶମ ବାହିନୀର ଟିମ୍ । ଲାଡର୍ ସାହାଯ୍ୟରେ ମୁକ୍ତିକାନ୍ତଙ୍କ ନିକଟରେ ପହଞ୍ଚି ତାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଦୀର୍ଘ ସାଢ଼େ ୪ ଘଣ୍ଟାର ଉଦ୍ୟମ ପରେ ମୁକ୍ତିକାନ୍ତଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ଟିମ୍ । ଉଦ୍ଧାର ପରେ ମୁକ୍ତିକାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି କ୍ୟାପିଟାଲ ହସ୍ପିଟାଲ ନିଆ ଯାଇଥିଲା। ଉଦ୍ଧାର ପରେ ଆଗକୁ ସଂଗ୍ରାମ ଜାରି ରହିବ ବୋଲି ଗଣମାଧ୍ୟମକୁ ମୁକ୍ତିିକାନ୍ତ ବିଶ୍ୱାଳଙ୍କ ପ୍ରତିକ୍ରିୟା । ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ ନହେବା ଯାଏଁ ଲଢେଇ ଜାରି ରହିବ ବୋଲି କହିଲେ ମୁକ୍ତିିକାନ୍ତ।
powered by social2s

