ଭୁବନେଶ୍ୱରରେ ମୋ ବସରେ ଲାଗିଲା ନିଆଁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଭୁବନେଶ୍ୱରର ତମାଣ୍ଡୋ ଥାନା ସମ୍ମୁଖରେ ଗୁରୁବାର ସକାଳେ ଏକ  ମୋ ବସରେ ନିଆଁ ଲାଗିଯାଇଥିଲା। ବସ୍‌ରେ କିପରି ନିଆଁ ଲାଗିଲା, ତାହା ଅସ୍ପଷ୍ଟ ରହିଛି।

 

ବସ୍‌ଟି ତମାଣ୍ଡୋରୁ ଯାତ୍ରୀମାନଙ୍କୁ ନେଇ ଖୋର୍ଦ୍ଧା ଅଭିମୁଖେ ଯାଉଥିଲା। ତମାଣ୍ଡୋ ଥାନା ସମ୍ମୁଖରେ ବସ୍‌ରେ ନିଆଁ ଲାଗିଯାଇଥିବା ଜଣାପଡ଼ିଥିଲା। ଧୂଆଁ ଦେଖି ସବୁ ଯାତ୍ରୀଙ୍କ ସହିତ ବସ୍‌ ଡ୍ରାଇଭର ଓ କଣ୍ଡକ୍ଟର ଓହ୍ଳାଇ ଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

powered by social2s