ଆଜି ଦିନ ସାନ, ରାତି ବଡ଼

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ନୂଆଦିଲ୍ଲୀ: ଡିସେମ୍ବର ୨୨। ଆଜି ହେଉଛି ବର୍ଷର ସବୁଠୁ ଛୋଟ ଦିନ। ସେହିପରି ଆଜି ହେବ ସବୁଠୁ ଲମ୍ବା ରାତି । ସଂଧ୍ୟାରେ ସୂର୍ଯ୍ୟ ଅସ୍ତଠାରୁ ଆସନ୍ତାକାଲି ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ସମୟ ରହିବ ୧୩ ଘଣ୍ଟା ୧୯ ମିନିଟ। ଅର୍ଥାତ ୧୩ ଘଣ୍ଟା ୧୯ ମିନିଟ ରହିବ ରାତିର ଅବଧି।

ସବୁଠୁ ଛୋଟ ଦିନ ଦେଖିବେ ପୃଥିବୀ ଉତ୍ତର ଗୋଲାର୍ଦ୍ଧର ବାସିନ୍ଦା। ଦିନର ଅବଧି ରହିବ ୧୦ ଘଣ୍ଟା ୪୧ ମିନିଟ୍। ତେବେ ସ୍ଥଳବିଶେଷରେ ଏହା ସାମାନ୍ୟ କମ୍ ବେଶୀ ହୋଇପାରେ।

ଆଜି ସୂର୍ଯ୍ୟ ଚରିପଟେ ପୃଥିବୀ ଘୁରିବା ସମୟରେ ସୂର୍ଯ୍ୟ ମକର ରେଖା ଉପରେ ଲମ୍ବିତ ହେବ। ଏହି ଯୋଗୁ ଦକ୍ଷିଣ ଗୋଲାର୍ଦ୍ଧରେ ଦିନ ବଡ ରହିବ ଓ ଉତ୍ତର ଗୋଲାର୍ଦ୍ଧରେ ଛୋଟ ହେବ ଦିନ।

powered by social2s