ଓଡ଼ିଶା ସରକାରଙ୍କ କୋଭିଡ ସମୀକ୍ଷା ବୈଠକରେ ଜନଗହଳି ସ୍ଥାନରୁ ଦୁରେଇ ରହିବା ଉପରେ ଗୁରୁତ୍ୱ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: କୋଭିଡର ନୂଆ ଭୁତାଣୁ ଚିହ୍ନଟ ହେବା ପରେ ଆଜି ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଯେ ନୂଆ ଭ୍ୟାରିଆଣ୍ଟର ଭୟାଭୟତା ଓମିକ୍ରନ ଭଳି ହୋଇପାରେ। ଟେଷ୍ଟିଂ ବଢ଼ାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ସମସ୍ତେ ମାସ୍କ ପିନ୍ଧନ୍ତୁ ଓ ଆଗକୁ ନୂଆବର୍ଷ ଥିବାରୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ହେବ ଓ ଗହଳି ସ୍ଥାନରୁ ଦୁରେଇ ରହିବାକୁ ପଡ଼ିବ। ସର୍ବସାଧାରଣ ସ୍ଥାନରେ ଛେପ ନପକାଇବାକୁ ମଧ୍ୟ ଦିଆଯାଇଛି ପରାମର୍ଶ।

powered by social2s