ଢେଙ୍କାନାଳ: ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ବଉଳ ଅମାବାସ୍ୟା ନୀତି ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି, ମହାସ୍ନାନ, ବସ୍ତ୍ର, ଫୁଲ ହାର, ତୁଳସୀ ହାର, ପହିଲି ଭୋଗ, ବଲ୍ଲଭ ଭୋଗ, ସାଢେ଼ ଦଶଟା ବେଳେ ଖେଚେଡ଼ି ଭୋଗ, ମଧ୍ୟାହ୍ନ ୧୨ଟା ବେଳେ ମଙ୍ଗଳାର୍ପଣ ପୂଜା,ମଙ୍ଗଳାର୍ପଣ ପୂଜା ରେ ଚକା, ବଉଳ ଲାଗି, ପୂଳି, ମିଠା ଓ ଅନ୍ନ ଧୂପ ଭୋଗ ଲାଗି କରାଯାଇଥିଲା। ସନ୍ଧ୍ୟା ବେଳେ ଆଳତୀ , ରାତ୍ରଧୂପ ଓ ଶେଷରେ ପହଡ଼ ପଡ଼ିବ। ପୂଜକ ମଳୟ କର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ସୁଆର ନୀଳମଣି ଆଚାର୍ଯ୍ୟ ଓ କାହାଳିଆ ଟିକନ ବେହେରା ଓ ଜିମାଦାର ଶ୍ୟାମ ସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏହି ବଉଳ ଅମାବାସ୍ୟା ନୀତି ସମ୍ପନ୍ନ କରାଯାଇଥିଲା।
powered by social2s

