ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଦେଶ ତଥା ଦେଶ ବାହାରେ କରାଯାଉଥିବା ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ଉଜ୍ଜୟିନୀ ମଧ୍ୟପ୍ରଦେଶର ମହାକାଳେଶ୍ଵରଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରାଣ ସ୍କନ୍ଦ ପୁରାଣ ଅନୁସାରେ ଉଜ୍ଜୟିନୀର ଅବନ୍ତୀ ନଗର ରାଜା ଶ୍ରୀ ଇନ୍ଦ୍ରଦ୍ୟୁମ୍ନଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଶେଷ ସମ୍ପର୍କ ଥିଲା।
ସ୍କନ୍ଦ ପୁରାଣ ର ପ୍ରଚାର ଓ ପ୍ରସାର ନିମନ୍ତେ ଏହି ପରି କାର୍ଯ୍ୟକ୍ରମ କରାଯାଉଛି, ଏହି କାର୍ଯ୍ୟକ୍ରମ ରେ ସଭାପତି ମହନ୍ତ ରାମକୃଷ୍ଣ ଦାସ ମହାରାଜ, ପୁରୀରୁ ମହନ୍ତ ରାମ ଶରଣ ମହାରାଜ, ମହନ୍ତ ପୂର୍ଣ୍ଣ ଚନ୍ଦ୍ର ଦାସ ମହାରାଜା, ମହନ୍ତ ସନାତନ ଦାଶ ମହାରାଜା ଅଖିଲ ଭାରତୀୟ ସନ୍ଥ ମହାସଭା ର ସମ୍ପାଦକ ହରି ଓମ ଦାଶ ମହାରାଜା, ଉଜ୍ଜୟିନୀର ପ୍ରମୁଖ ଜ୍ୟୋତିଶାଚାରଜ୍ୟ କାଶୀ ଦାଶ ମହାରାଜା, ଝାଲେରିଆ ମଠ ର ଟ୍ରଷ୍ଟୀ ରୂପ ନାରାୟଣ ଶ୍ଯାମ ଜୀ,ସୁରେଶ ଜି, ପରମେଶ୍ଵର ଦାସ ମହାରାଜ, ଶ୍ରୀଜଗନ୍ନାଥ ଙ୍କୁ ଭଲ ପାଉଥିବା ଭକ୍ତ ଓ ପଞ୍ଚରାତ୍ର ସମିତିର ଉପ ସଭାପତି ବୈକୁଣ୍ଠନାଥ ମହାପାତ୍ର, ସମ୍ପାଦକ ପ୍ରଭାକର ମଲ୍ଲିକ, ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ, ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ସମ୍ପାଦକ ନାରାୟଣ ମହାପାତ୍ର ଓ ବହୁ ପ୍ରମୁଖ ବ୍ୟକ୍ତିଙ୍କ ଉପସ୍ଥିତିରେ ଉଦଘାଟିତ ହୋଇ ଏହି କାର୍ଯ୍ୟକ୍ରମ ଅନିଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଓଡିଶାରୁ ପ୍ରାୟ ଏକ ସହ ମହାପ୍ରଭୁଙ୍କ ଭକ୍ତ ଯୋଗ ଦେଇଥିଲେ।
ଓଡିଶାରୁ ଯାଇଥିବା ସମସ୍ତ ଭକ୍ତ ୩ ଗୋଟି ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳେଶ୍ଵର, ଓମକାରେଶ୍ଵର ଓ ମୋମେଲସ୍ଵର ଙ୍କ ଦର୍ଶନ କରି କୃପା ଲାଭ କରିଥିଲେ।
ଉଜ୍ଜୟିନୀ ମଧ୍ୟପ୍ରଦେଶର ମହାକାଳେଶ୍ଵରଙ୍କ ପୀଠରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

