ଭୁବନେଶ୍ବର: ଶାନ୍ତିଶୃଙ୍ଖଳାର ସହିତ ଜିରୋ ନାଇଟ୍ ଓ ନୂଆବର୍ଷ ପାଳନ ପାଇଁ କମିଶନରେଟ ପୋଲିସ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଡିସେମ୍ବର ୩୧ ତାରିଖ ରାତି ୭ଟା ରୁ ୨ଟା ଯାଏଁ ଚାଲିବ ଚେକିଂ। ରାଜଧାନୀର ୨୮ଟି ସ୍ଥାନରେ ହେବ ବ୍ଲକିଙ୍ଗ ଓ ଚେକିଂ। ସେହିପରି ୧୭ଟି ସ୍ଥାନରେ ହେବ ଡ୍ରିଙ୍କ ଆଣ୍ଡ ଡ୍ରାଇଭ ଚେକିଂ। ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୪ଟି ସ୍ଥାନରେ ମୁତୟନ ହେବେ କୁଇକ୍ ଆକ୍ସନ ଟିମ୍ ଓ ୩ଟି ସ୍ଥାନରେ ରହିବେ ଷ୍ଟ୍ରାଇକିଂ ଫୋର୍ସ। ହୋଟେଲ ଥିବା ଜାଗାରେ ମୁତୟନ ହେବେ ଅଧିକ ଫୋର୍ସ। ସର୍ବସାଧାରଣ ସ୍ଥାନରେ ରାତି ୧୦ଟା ଯାଏଁ ଓ ଘରଭିତରେ ରାତି ୧୨ ଯାଏଁ ବଜାଇ ପାରିବେ ମାଇକ୍। ଜାନୁଆରୀ ୧ ଦିନ ରାଜଧାନୀର ସମସ୍ତ ପର୍ଯ୍ୟଟନସ୍ଥଳୀରେ ଫୋର୍ସ ମୁତୟନ ରହିବା ପାଇଁ ନିଆଯାଇଛି ନିଷ୍ପତ୍ତି।
ମୁତୟନ ହେବେ ୧୩ ପ୍ଲାଟୁନ ପୋଲିସ ଫୋର୍ସ।
powered by social2s

