ଅନୁଗୁଳ: ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ରଜନୀକାନ୍ତ ସିଂଙ୍କ କାରକୁ ପିଟିଲା ଟ୍ରକ୍। ଆଜି ଅପରାହ୍ନରେ ରଜନୀକାନ୍ତ ସିଂ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଅନୁଗୋଳରୁ ବଲଙ୍ଗ ଅଭିମୁଖେ ଯାଉଥିଲେ । ଏହି ସମୟରେ ଅନୁଗୁଳର ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚମହଲା ନିକଟରେ ଅନୁଗୁଳ ଅଭିମୁଖେ ଆସୁଥିବା ଏକ ଟ୍ରକ୍ ସହ ଉପ ବାଚସ୍ପତିଙ୍କ କାର୍ ଧକ୍କା ହୋଇଥିଲା । ତେବେ କାର୍ ଚାଳକ ଓ ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ ସୁରକ୍ଷିତ ଥିବା ସୂଚନା ମିଳିଛି ।
powered by social2s

