କେନ୍ଦ୍ରାପଡ଼ାର କସୌଟୀ ଗ୍ରାମର ମା ଥାନପତି ମନ୍ଦିର ରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର କସୌଟୀ ଗ୍ରାମରେ ମା ଥାନପତି ମନ୍ଦିର ରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ସଦସ୍ଯ ମାନେ ବଳଦେବ ଜୀଉ ଙ୍କୁ ଦର୍ଶନ କରି ପ୍ରସାଦ ସେବନ କରିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଦେଶ ତଥା ଦେଶ ବାହାରେ କରାଯାଉ ଥିବା ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ମା ଥାନପତି ଙ୍କ ପୀଠ କସୌଟୀ କେନ୍ଦ୍ରାପଡ଼ା ରେ ଆରମ୍ଭ କରାଯାଉଛି। ଏହି କାର୍ଯ୍ୟକ୍ରମ ପରିଷଦ ର ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତି ଙ୍କ ସଭାପତିତ୍ବରେ ହୋଇଥିଲା,ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି ମିଳିତ ଭାବେ ଶ୍ରୀଜଗନ୍ନାଥ ସହସ୍ର ନାମ ସ୍ତୋତ୍ରମ ପଠନ କରିଥିଲେ। ଅନୁଷ୍ଠାନ ର ସଭାପତି ହରେକୃଷ୍ଣ ବରାଳ ପ୍ରମୁଖ ଧାରାବାହିକ ପ୍ରବକ୍ତା ଡ ଗୁରୁପ୍ରସାଦ ମହାପାତ୍ର ସ୍କନ୍ଦ ପୁରାଣ ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଥମ ଦିନର ପାଞ୍ଚରାତ୍ର କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଥିଲା ମହନ୍ତ ରାମ ଶରଣ ମହାରାଜ, ଅଖିଲ ଭାରତୀୟ ସନ୍ଥ ମହାସଭା ର ସମ୍ପାଦକ, କସୌଟୀ ଗ୍ରାମର ପ୍ରମୁଖ , ଶ୍ରୀଜଗନ୍ନାଥ ଙ୍କୁ ଭଲ ପାଉଥିବା ଭକ୍ତ ଓ ପଞ୍ଚରାତ୍ର ସମିତିର ପ୍ରମୁଖ ବୈକୁଣ୍ଠନାଥ ମହା ପାତ୍ର, ସମ୍ପାଦକ ପ୍ରଭାକର ମଲ୍ଲିକ, ନିରଞ୍ଜନ ଦାଶ, ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ସମ୍ପାଦକ ନାରାୟଣ ମହାପାତ୍ର ଓ ବହୁ ପ୍ରମୁଖ ବ୍ୟକ୍ତି ଙ୍କ ଉପସ୍ଥିତି ରେ ଉଦଘାଟିତ ହୋଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଥିଲା।

powered by social2s