ଭୁବନେଶ୍ୱରରେ ପହଞ୍ଚିଲା ବିଜୁ ବାବୁଙ୍କ ଡାକୋଟା ବିମାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ୱରରେ ପହଞ୍ଚିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ। ପରିବହନରେ ସୁବିଧା ପାଇଁ ବିମାନକୁ ତିନି ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ଟ୍ରଲରରେ ଏହାର ଦୁଇଟି ଫ୍ୟାନ୍, ଦ୍ୱିତୀୟ ଟ୍ରଲରରେ ଇଞ୍ଜିନ ଓ ଡେଣା ଏବଂ ତୃତୀୟରେ ବଡିକୁ ରଖାଯାଇଛି। ସୂଚନା ଅନୁଯାୟୀ, ୨୦୧୦ ରେ କୋଲକାତାର ସୁବାଷ ଚନ୍ଦ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହି ବିମାନକୁ ଜରାଜୀର୍ଣ୍ଣ ଭାବରେ ରଖାଯାଇଥିବା ଦେଖିବାକୁ ମିଳିଥିଲା। ପରେ ଜଣାପଡ଼ିଥିଲା ଯେ ଓଡ଼ିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହି ବିମାନ ସହ ଉଡ଼ାଣ ଭରିଥିଲେ। ସେବେଠାରୁ ଏହାକୁ ଓଡ଼ିଶା ଆଣିବାର ପ୍ରୟାସ ଜାରି ରହିଥିଲା ଓ ୨୦୨୩ ରେ ଏହାକୁ ଆଣିବା ପାଇଁ ନିଷ୍ପତ୍ତି ନିଆଗଲା। ତେବେ ଏହାକୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରଖାଯିବ। ଏହାକୁ ଯୋଡ଼ା ଯାଇ ପ୍ରଦର୍ଶିତ କରାଯିବ।

powered by social2s