ବୃଦ୍ଧାଶ୍ରମରେ ଛୋଟ ପିଲା ମାନଙ୍କ ସହିତ କିଛି ଆନନ୍ଦ ମୁହୂର୍ତ୍ତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ନିର୍ମଳା କୃତି ଟ୍ରଷ୍ଟ ପକ୍ଷରୁ କରାଯାଉଥିବା ବୃଦ୍ଧାଶ୍ରମରେ କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସଦସ୍ୟ ଓ ସଦସ୍ୟା ମାନେ ଛୋଟ ଛୋଟ ପିଲା ମାନଙ୍କ ସହିତ କିଛି ସମୟ ଖୁସିରେ ବିତାଇଥିଲେ। ପରେ ପରେ ସମସ୍ତେ ମିଳି ମିଶି ଭୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୂତନ ଭାବେ ଯୋଗ ଦେଇଥିବା ଜାଗା ମିଶନର ଉପଦେଷ୍ଟା ଶ୍ରୀମତୀ ଶାଶ୍ଵତୀ ମିଶ୍ର ଙ୍କୁ ଦୁଇ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କଳିଙ୍ଗ ଅନୁଷ୍ଠାନ ପକ୍ଷରୁ ଚେୟାରମ୍ୟାନ ନାରାୟଣ ମହାପାତ୍ର, ସମ୍ପାଦକ ମନୋଜ ରାଉଳ ଓ ଟ୍ରଷ୍ଟ ପକ୍ଷରୁ ଇଂ ଦିଲ୍ଲୀପ ପଟ୍ଟନାୟକ ଉପସ୍ଥିତ ରହି ଅତିଥି ମାନଙ୍କୁ ସ୍ଵାଗତ ଓ ସମ୍ଵର୍ଦ୍ଧନା କରିଥିଲେ। ଏହି ଅବସରରେ ଉମାନାଥ ମିଶ୍ର, ରଞ୍ଜନ ସାମଲ, ମଲୟ ରଞ୍ଜନ ମହାପାତ୍ର, ନରେନ ସାହୁ, ଶିବ ସୁତାର, ସନ୍ତୋଷ ମହାପାତ୍ର, ଶ୍ରୀନିବାସ ରାଓ, ସୁମନ୍ତ ରାଉଳ ବିରଞ୍ଚି ରାଉତ ଓ ଟ୍ରଷ୍ଟ ପକ୍ଷରୁ ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏହି ପରି କାର୍ଯ୍ୟକ୍ରମ ଟ୍ରଷ୍ଟ ପକ୍ଷରୁ ବର୍ଷର ବିଭିନ୍ନ ସମୟରେ ବରିଷ୍ଠ ବ୍ଯକ୍ତି ଓ ଛୋଟ ପିଲା ମାନଙ୍କୁ କିଛି ସମୟ ଖୁସି ରହିବା ପାଇଁ କରାଯାଇଥାଏ।

powered by social2s