ଭୁବନେଶ୍ବର: ଭୁବନେଶ୍ୱର ସହିଦନଗର ସ୍ଥିତ ଉଇନର ଆସୋସିଏସନ ପକ୍ଷରୁ ଅଲ ଭୁବନେଶ୍ବର ବ୍ଯାଡମିନ୍ଟନ ଟୁରନାମେଣ୍ଟ ଶେଷ ହୋଇଛି। ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରମୂଖ ଖେଳାଳୀ ମାନଙ୍କୁ ନେଇ ଏହି ଟୁରନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମ ମୁଖ୍ୟ ଉପଦେଷ୍ଟା ଉମାନାଥ ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ଅତିଥି ଭାବେ ରୁଦ୍ର ନାରାୟଣ ସାମନ୍ତରାୟ,,ଅମରେଶ ଜେନା, ନାରାୟଣ ମହାପାତ୍ର,ଆଦିତ୍ୟ ନାରାୟଣ ରଥ, ଅନୁଷ୍ଠାନ ପକ୍ଷରୁ ସଭାପତି ଲାଲା ରାୟ ସମ୍ପାଦକ ସନ୍ତୋଷ ରାଓ ବିଭୁ ପଟନାୟକ, ମଳୟ ରଞ୍ଜନ ମହାପାତ୍ର,ସୁନୀଲ ସାହୁ ଗଣେଶ ରାଓ ଶ୍ରୀନିବାସ ରାଓ ହେମନ୍ତ ସେଠି, ମୋହନ ରାଓ, କେଶବ ପଣ୍ଡିତ ଅମିତାଭ ସାହୁ ସୁକାନ୍ତ ବାରିକ, ଦେବାଶିଷ ସାହୁ ମନୋରଞ୍ଜନ ପଳେଇ ଓ ବହୁ ପ୍ରମୁଖ ସଦସ୍ୟଙ୍କ ଉପସ୍ଥିତିରେ ଏହି ଖେଳ ଆରମ୍ଭ ହୋଇଥିଲା। ଫାଇନାଲ ମ୍ୟାଚ ଅତି ସୁନ୍ଦର ହୋଇଥିଲା।
ଢେଙ୍କାନାଳ ରୁ ତାରିଣୀ, ଅନୁଗୁଳ ରୁ ଅବିନାଶ, ସାଲେପୁର ରୁ ସୋନୁ ଓ ଆକୁଳ ମଧ୍ୟରେ ବହୁତ ଚିତାକର୍ଷକ ଓ ମନଲୋଭା ମ୍ୟାଚ ହୋଇଥିଲା।
ଶେଷରେ ତାରିଣୀ ଓ ଅବିନାଶ ଚମ୍ପିୟାନ ହୋଇ ଥିଲେ ଏବଂ ଟ୍ରଫି ଓ ୭୦୦୦ ଟଙ୍କା କ୍ୟାସ ଆୱାର୍ଡ ଅତିଥି ମାନଙ୍କ ଠାରୁ ଗ୍ରହଣ କରିଥିଲେ, ଦ୍ଵିତୀୟ ଟିମ ଟ୍ରଫି ଓ ୪୦୦୦ ଟଙ୍କା ଆୱାର୍ଡ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଦର୍ଶକ ଯୋଗ ଦେଇଥିଲେ।
ଉଇନର ଆସୋସିଏସନ ପକ୍ଷରୁ ବ୍ଯାଡମିନ୍ଟନ ଟୁର୍ଣ୍ଣାମେଣ୍ଟ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

