ପ୍ରବଳ ଉତ୍ସାହର ସହ ଭାରତୀୟ ସିନେମା ଉତ୍ସବ ଉଦଯାପିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଭୁବନେଶ୍ୱର ଫିଲ୍ମ ସୋସାଇଟି ପକ୍ଷରୁ ସ୍ଥାନୀୟ ଓଡିଶୀ ରିସର୍ଚ ସେଂଟରରେ ୭ଦିନ ଧରି ଛାଲିଆସୁଥିବା ୧୨ତମ ଭାରତୀୟ ଚଳଚିତ୍ର ଉତ୍ସବ ଆଜି ଉଦ୍‌ଯାପିତ ହୋଇଛି । ଏଥିରେ ହିନ୍ଦୀ, କର୍ଣ୍ଣଡ, ତାମିଲ, କାଶ୍ମୀରି, ମଣିପୁରୀ, ଓଡିଆ ଭାଷାର ସମୁଦାୟ ୮୧ଟି ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା । ଏହି ଚଳଚିତ୍ର ଉତ୍ସବ ସତ୍ୟଜିତ ରାୟଙ୍କ ‘ଆଗନ୍ତୁକ’ ଚଳଚିତ୍ର ପ୍ରଦର୍ଶନ ସହ ଶେଷ ହୋଇଛି । ପୂର୍ବରୁ ଏହି ଉତ୍ସବର ଶେଷ ଦିବସରେ ସତ୍ୟଜିତ ରାୟଙ୍କ କାପୁରୁଷ ଚଳଚିତ୍ରକୁ ପ୍ରଦର୍ଶନ କରାଯାଇଥିଲା । ଏହି ଚଳଚିତ୍ର ମୁଖ୍ୟ କଳାକାର ଅମିତାଭ ଯିଏ ଦୁର୍ଘଟଣା ବସତଃ ନିଜ କାର ଖରାପ ହେବା ପରେ ପୁର୍ବ ପ୍ରେମିକାଙ୍କ ଘରେ ପହଁଚି ଯାଇଛି । ଏହି ଫିଲ୍ମ ପରେ ଅନ୍ୟ ଏକ କ୍ଲାସିକ୍ ଚଳଚିତ୍ର ଘରେ- ବାଇରେ ପ୍ରଦର୍ଶିତ ହୋଇଥିଲା । ଏହି ଚଳଚିତ୍ର ଉତ୍ସବରେ ବର୍ଷର ସର୍ବଶ୍ରେଷ୍ଠ ଛାତ୍ର ଚଳଚିତ୍ର ଭାବେ କଲିକତାର ଏସ୍‌ଆରଏଫଟିଆଇ ଦ୍ୱାରା ପ୍ରସ୍ତୁତ ‘ସଦା ବାହାର’ ଏବଂ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍ ଦ୍ୱାରା ପ୍ରସ୍ତୁତ ‘ଅନେକାଂତବାଦ’ ଚଳଚିତ୍ରକୁ ସମ୍ମାନିତ କରାଯାଇଛି । ଏହି ଅବସରରେ ଭୁବନେଶ୍ୱର ଫିଲ୍ମ ସୋସାଇଟିର ସଭାପତି, ଶ୍ରୀ ଯୁକ୍ତ ସୁବ୍ରତ ବେହୁର କହିଛନ୍ତି ଯେ ଏହି ଫିଲ୍ମ ଉତ୍ସବକୁ ବିଭିନ୍ନ ବୟସ ବର୍ଗର ଚଳଚିତ୍ର ପ୍ରେମୀଙ୍କ ଆଗମନ ହୋଇଥିଲା । ଏହି ଚଳଚିତ୍ର ଉତ୍ସବକୁ ଆହୁରୀ ଅଧିବ ବୃହତ୍ ଏବଂ ବ୍ୟାପକ କରିବା ପାଇଁ ଲକ୍ଷ୍ୟ ରଖିଛୁ । ଏହି ଉତ୍ସବରେ ବାବୁ ଇଶ୍ୱର ପ୍ରସାଦଙ୍କ ‘ହାରିବା ନଦୀଗେ ମାଇଲା କାଲୁ’ ଏବଂ ରିତେଶ ବର୍ମାଙ୍କ ‘ଜହ୍ନି ବିନି ଚଦରିଆ’ ଏବଂ ତିନୋଟି ଛାତ୍ର ଚଳଚିତ୍ର ଯଥାକ୍ରମେ ଶିବାସିସ ପ୍ରଧାନଙ୍କ ଆମାଲଜ୍‌, ଇକ୍‌ପ୍ରଭ ସିଂ କୋହଲିଙ୍କ ‘ଅନେକାଂତବାଦ’ ଏବଂ ଦୀପେନ୍ଦ୍ର କୁମାରଙ୍କ ‘ଆଲମ’ ଚଳଚିତ୍ର ପ୍ରଦର୍ଶିତ ହୋଇଛି ।

powered by social2s