ଭୁବନେଶ୍ବର: କମଳା ନେହେରୁ ମହିଳା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପରିଚାଳିତ ଶିବିର ଆୟୋଜନ କରିଥିଲେ, ୨୪ ରୁ ୩୦ ଜାନୁଆରୀ ସପ୍ତାହ ବ୍ୟାପୀ ଏହି ଶିବିରରେ ବହୁ ବିଶିଷ୍ଟ ବିଶେଷଜ୍ଞ ବ୍ୟକ୍ତି ଭିନ୍ନ ଭିନ୍ନ ଦିନରେ ଶିବରାର୍ଥି ଙ୍କୁ ସାମାଜିକ ଜ୍ଞାନ ପ୍ରଦାନ କରିଥିଲେ। ଡାଃ ଦିଲ୍ଲୀପ ଶ୍ରୀଚନ୍ଦନ, ଗ୍ରୀନଆର୍ମି କିପରି ସମାଜରେ ସୁସ୍ଥ ପରିବେଶ ଏବଂ ଭବିଷ୍ୟତ ବଂଶଧରମାନଙ୍କ ପାଇଁ ଏକ ଉତ୍ତମ ପରିବେଶ ରଖିବା, ସେଥିପାଇଁ ପ୍ରେରଣା ଦେଇଥିଲେ । ସର୍ବଶ୍ରୀ ମଧୁସୂଦନ ଦାସ, ନିରୋଦ ଖୁଣ୍ଟିଆ ଓ ଲକ୍ଷ୍ମୀକାନ୍ତ ପାଇକରାୟ ପ୍ରମୁଖ ରିସୋର୍ସ ପର୍ସନ ଏଥିରେ ବିଭିନ୍ନ ସମସାମୟିକ ବିଷୟରେ ଆଲୋଚନା ଏବଂ ଏନ୍ଏସ୍ଏସ୍ ର ଭୂମିକା ସମ୍ପର୍କରେ ସୂଚନା ଦେଇଥିଲେ I ୫୦ ଜଣ ଶିବିରାର୍ଥି ଏଥିରେ ଯୋଗଦେଇଥିଲେ, ଏହି ସମୟରେ ସେମାନେ ଭିନ୍ନ ଭିନ୍ନ ସାମାଜିକ କ୍ରିୟାକଳାପ ରେ ସନ୍ନିହିତ ଥିଲେ। ମହାବିଦ୍ୟାଳୟ ତଥା ସହର ର ପରିମଳ ର ସୁବ୍ୟବସ୍ଥା ଲାଗି ଜନମାନସରେ ସଚେତନତା ନିଜର କାର୍ଯ୍ୟ ମାଧ୍ୟମରେ ଜାଗୃତି କରିଥିଲେ। ଏହି କାର୍ଯ୍ୟକ୍ରମର ଅନ୍ତିମ ଦିନରେ ଓଡିଶାର ବିଶିଷ୍ଟ ସିନେ ତଥା ଟିଭି ଧାରାବାହିକ ର ତାରକା ଅଭିନେତା ଶ୍ରୀ ହରପ୍ରସାଦ ରଥ ଯୋଗଦେଇ ତାଙ୍କ ଛାତ୍ର ଜୀବନରେ ସେ ଏହିପରି ସାମାଜିକ କାର୍ଯ୍ୟକଳାପ ରେ ଯୋଗଦେଇ ସମାଜର ଉନ୍ନତି ସାଧନ ପାଇଁ ତତ୍ପର ଥିଲେ ଏବଂ ଆଜିର ଛାତ୍ରୀ ଏହିପରି କାର୍ଯ୍ୟକଳାପ ମାଧ୍ୟମ ରେ ସମାଜକୁ ଅଧିକ ଯୋଗଦାନ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଛାତ୍ରୀ ମାନେ ନାରୀ ହୋଇ ଘର ପରିବାର ଏବଂ ସମାଜକୁ ଯୋଡି ରଖିବାର ଦାୟିତ୍ଵ ନେଇଛନ୍ତି, ଏହାକୁ ସେ ପ୍ରଶଂଶନୀୟ ପଦକ୍ଷେପ ବୋଲି ଅବିହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଶୋଭା ଦାସ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ସମାଜବ୍ରତୀ ହେବାପାଇଁ ପରାମର୍ଶ ଦେଇଥିଲେ। ରମାଦେବୀ ବିଶ୍ୱବିଦ୍ୟାଳୟ ର କାର୍ଯ୍ୟକ୍ରମ ସଂଯୋଜକ ବିଭିନ୍ନ ସମୟରେ ଯୋଗଦେଇ ସାମାଜିକ କାର୍ଯ୍ୟ ପାଇଁ ସମସ୍ତ ଛାତ୍ରୀ ସମାଜ ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ। ଜାତୀୟ ସେବା ଯୋଜନା ର କାର୍ଯ୍ୟକ୍ରମ ଅଧିକାରୀ ଡାଃ ମଧୁସ୍ମିତା ଦାଶ ଏହାକୁ ପରିଚାଳନା କରିଥିଲେ ଏବଂ ଛାତ୍ରୀ ମାନଙ୍କର ଭୂମିକା କୁ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଛି ବୋଲି ଦର୍ଶାଇ ଥିଲେ, ଏବଂ ସବୁ ଦିନର କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଡଃ ବେଦୁଲା ରାମଲକ୍ଷ୍ମୀ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ।
କମଳା ନେହେରୁ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନାର ଶିବିର
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

