କଟକ ସବରେଜିଷ୍ଟାର ଅଫିସ ପରିସରରେ ଅଗ୍ନିକାଣ୍ଡ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: ଆଜି ସକାଳେ କଟକ ସବରେଜିଷ୍ଟାର କାର୍ଯ୍ୟାଳୟ ପରିସରରେ ଏକ ବଡଧରଣର ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡରେ ୨ଜଣ ଆହତ ହୋଇଥିବା ସୂଚନା। ସେମାନଙ୍କୁ କଟକ SCB ରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡରେ ଏକାଧିକ ଦୁଇଚକିଆ ଯାନ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳି ଯାଇଥିବା ଜଣାପଡିଛି। ସବରେଜିଷ୍ଟାର ଅଫିସ ପରିସରରେ ଥିବା ଏକ ଘରେ ଲାଗିଥିଲା ନିଆଁ। ୨ଟି ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି।

powered by social2s