ବିକାଶ ହେବ ଚଦ୍ରଭାଗା ଓ ତଳସାରୀ ବେଳାଭୂମି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଓଡ଼ିଶାର ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭର ଚଦ୍ରଭାଗା ଓ ବାଲେଶ୍ବର ର ତଳସାରୀ-ଉଦୟପୁର ବେଳାଭୂମିରେ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। 

ଚଦ୍ରଭାଗା ର ୧କିମି ବ୍ୟାପି ଅଞ୍ଚଳକୁ ବିକାଶ କରାଯାଇ ଜଳକ୍ରୀଡା, ଆମୋଦ ପ୍ରମୋଦ ବ୍ୟବସ୍ଥା, ଚଲାପଥ, ସାଇକେଲ ଟ୍ରାକ, ମୁକ୍ତାକାଶ ରଂଗମଞ୍ଚ ଆଦି ର ବ୍ୟବସ୍ଥା କରାଯିବ। 

ସେହିଭଳି ତଳସାରୀ ବେଳାଭୂମିର ୨.୪ କିମି ଅଞ୍ଚଳକୁ ବିକଶିତ କରାଯାଇ ଏଥିରେ ପଯ୍ୟଟକଙ୍କ ରହଣି ନିମନ୍ତେ ହୋଟେଲ ର୍ନମାଣ ପାଇଁ ଉସ୍ଚାହିତ କରାଯିବ। 

ବେଳାଭୂମିରେ ପାଭିଲିଆନ ସହିତ ବର୍ଷା ଆସ୍ରୟସ୍ଥଳୀ, ଆମ୍ପି ଥେଅଟର, ଚିତ୍ରକଳା ପ୍ଲାଜା ପ୍ରଭୃତିର ବିକାଶ କରାଯିବ। 

ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବୈଠକରେ ଭୋଗରାଇ ବିଧାୟକ, ଓଟିଡିସି ଅଧ୍ୟକ୍ଷା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ପ୍ରମୁଖଙ୍କ ସହିତ ଆଲୋଚନା କରିଥିଲେ।  

ପ୍ରାୟ ୧ ବର୍ଷ ସମୟ ମଧ୍ୟରେ ଏହି ସବୁ ଯୋଜନା ପୁରା କରାଯିବା ନେଇ ଆଲୋଚନାରେ ନିସ୍ପତ୍ତି ନିଆଯାଇଥିଲା।

 

powered by social2s