![]()
ନୂଆଦିଲ୍ଲୀ: କେନ୍ଦ୍ର ସରକାର ପକ୍ଷରୁ ଆସନ୍ତା ଫେବୃଆରୀ ମାସ ପାଇଁ କରୋନର ନୂଆ ଗାଇଡଲାଇନ ଜାରି କରାଯାଇଛି।
ଏଥିରେ ୫୦ପ୍ରତିଶତ ଦର୍ଶକ ଅନୁମତି ଥିବା ସିନେମା ହଲ ଗୁଡିକରେ ବର୍ତ୍ତମାନ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇପାରିବ ବୋଲି କୁହାଯାଇଛି।
ଏହାସହ ସବୁ ପ୍ରକାର ପ୍ରଦର୍ଶନୀ କଟକଣା ମୁକ୍ତ କରାଯାଇଛି।
ତେବେ ପ୍ରଦର୍ଶନୀ ପାଇଁ ଷ୍ଟାଣ୍ଡାଡ଼ ଅପରେଟିଂ ପ୍ରୋସିଡିୟର ମାନିବା ଜରୁରୀ।
ସୁଇମିଙ୍ଗପୁଲ କୁ କ୍ରୀଡାବିତଙ୍କ ସହ ଅନ୍ୟମାନଙ୍କୁ ମଧ୍ୟ ମିଳିପାରିବ ଅନୁମତି।
ଏଥିପାଇଁ ସ୍ୱତନ୍ତ୍ର ଷ୍ଟାଣ୍ଡାଡ଼ ଅପରେଟିଂ ପ୍ରୋସିଡିୟର ଜାରି କରିବ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ।
ସାମାଜିକ, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ରହିବ ନାହିଁ କଟକଣା।
ସଭା ସମିତି ପାଇଁ ରାଜ୍ୟ ସ୍ଥିର କରିବ ଏସ୍ ଓ ପି ଓ ସର୍ବାଧିକ ଦର୍ଶକଙ୍କ ସଂଖ୍ୟା।
powered by social2s

