ସଂସଦର ବଜେଟ ଅଧିବେଶନ ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ଆଜି ଆରମ୍ଭ ହୋଇଛି ।

 

ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଅଭିଭାଷଣ ରେ କହିଛନ୍ତି ଯେ ଦେଶରେ କ୍ଷୁଦ୍ର ଉଦ୍ୟୋଗ ଉପରେ ଗୁରୁତ୍ୱ ଦିଆଯାଉଛି। ମୁଦ୍ରା ଯୋଜନାରେ ୨୫କୋଟି ଋଣ ପ୍ରଦାନ କରାଯାଇଛି। ଅନେକ ଆଲୋଚନା ପରେ ୩ ଟି କୃଷି ବିଲ ପାସ କରାଯାଇଛି। କୋରୋନା ସମୟରେ ଏହି ଅଧିବେଶନ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ। କୋରୋନା ବିରୁଦ୍ଧରେ ଦେଶ ଏକଝୁଟ ହେଇ ଲଢ଼ିଛି। ୨୦୧୪ ରେ ୩୮୭ ଟି ମେଡିକାଲ କଲେଜ ଥିବାବେଳେ ଏବେ ତାହା ସଂଖ୍ୟା ବୃଦ୍ଧି ପାଇଁ ୫୬୨ ରେ ପହଁଚିଛି। ଦେଶରେ ଆଉ ୨୨ଟି AIIMS ସ୍ଥାପନ କରାଯାଇଛି।

 

ଦେଶରେ ସହରାଞ୍ଚଳରେ ଗରିବଙ୍କ ପାଇଁ ୪୦ଲକ୍ଷ ଘର ନିର୍ମାଣ କରାଯାଇଛି। ରାମ ମନ୍ଦିର କାମ ଆରମ୍ଭ ହେବା ସହ ଜାମୁ ଓ କାଶ୍ମୀର ରୁ ଧାରା ୩୭୦ ଉଛେଦ ହୋଇଛି ବୋଲି ସେ କହିଛନ୍ତି ।

 

powered by social2s