ଓଡିଶାରେ ଟିକାକରଣ ଧାର୍ଯ୍ୟ ଲକ୍ଷ୍ୟ ପୁରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଓଡିଶାରେ କରୋନା ଟିକାକରଣର ଧାର୍ଯ୍ୟ ଲକ୍ଷ୍ୟ ପୁରଣ ପାଇଁ ସରକାର ସବୁ ରାଜ୍ୟର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

 

ସୂଚନା ଅନୁଯାୟୀ କେତେକ ଜିଲ୍ଲାରେ ଟିକାକରଣର ଧାର୍ଯ୍ୟ ଲକ୍ଷ୍ୟ ପୁରଣ ହୋଇନାହିଁ। 

ଫେବୃଆରୀ ୧୦ତାରିଖରେ ପ୍ରଥମ ପର୍ଯ୍ୟାୟର କରୋନା ଟିକାକରଣ ଶେଷ ହେବାକୁ ନିଷ୍ପତ୍ତି ନିଆଯାଇଛି। ତେଣୁ ଟିକାକରଣ ର ଶତପ୍ରତିଶତ ଲକ୍ଷ୍ୟ ପୂରଣ ପାଇଁ ଜିଲ୍କାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। 

ଏପର୍ଯ୍ୟନ୍ତ ଦେବଗଡ଼ ଜିଲ୍ଲାରେ ମାତ୍ର ୪୨ ପ୍ରତିଶତ ଟିକାକରଣ ହୋଇଛି। 

 

ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ୬୧%, ଯାଜପୁର ଜିଲ୍ଲାରେ ୬୨%, ଜଗତସିଂହପୁର ଜିଲ୍ଲାରେ ୬୬%, ନୟାଗଡ଼ ଜିଲ୍ଲାରେ ୬୭%, ଭୁବନେଶ୍ବର ଅରବାନରେ ୭୬%,କଟକରେ ୭୬%, ସମ୍ବଲପୁର ଜିଲ୍ଲାରେ ୭୭% ଓ କେନ୍ଦୁଝର ଜିଲ୍ଲାରେ ୭୮%କରୋନା ଟିକାକରଣ ହୋଇଥିବା ଜଣାପଡିଛି। 

 

ତେବେ ଓଡ଼ିଶା କରୋନା ଟିକାକରଣରେ ପ୍ରଥମ ସ୍ଥାନରେ ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

 

powered by social2s