![]()
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଫେବୃଆରୀ ମାସପାଇଁ ଆସିଛି ମାର୍ଗଦର୍ଶିକା।
ଏଥିରେ ୧ ଫେବୃଆରୀ ରୁ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯିଵ ବୋଲି କୁହାଯାଇଛି।
ତେବେ ସ୍କୁଲ ଖୋଲିବା ନେଇ ନିସ୍ପତ୍ତି ନେବେ ସ୍କୁଲ ଓ ଗଣଶିକ୍ଷା ବିଭାଗ।
ପ୍ରାଇମେରୀ ସ୍କୁଲ ଖୋଲିବା ପାଇଁ ଆସିବ ଏସ୍ଓପି।
ସେହିଭଳି ବିବାହ ଓ ଶେଷକୃତ କାର୍ଯ୍ୟରେ ୫୦୦ଲୋକ ସାମିଲ ହୋଇପାରିବେ ବୋଲି ଏହି ଗାଇଡଲାଇନରେ ଦର୍ଶାଯାଇଛି।
ବନ୍ଦ କୋଠରୀ ମଧ୍ୟରେ ୫୦%ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ଚାଲିପାରିବ।
ଏହା ସହିତ ଖୋଲା ସ୍ଥାନରେ କରୋନର ସମସ୍ତ ନିୟମ ମାନିବାକୁ ଲୋକଙ୍କୁ କୁହାଯାଇଛି।
ତେବେ ଫେବୃଆରୀ ୧ରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି ମାର୍ଗଦର୍ଶିକା ଲାଗୁ ହିବ ବୋଲି କୁହାଯାଏ।
powered by social2s

