Warning: getimagesize(/home/odiaray/public_html/images/IMG-20231031-WA0009.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

Warning: getimagesize(/home/odiaray/public_html/images/IMG-20231031-WA0009.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

ଆଇଟିସିର ଫିଲ୍ ଗୁଡ୍ ୱିଥ୍ ଫିଆମା ମେଂଟାଲ ୱେଲ୍‌ବିଙ୍ଗ ସର୍ଭେ ୨୦୨୩

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ମାନସିକ ସ୍ୱାସ୍ଥ୍ୟ ଦିବସ ଉପରେ ନିଜର ୩ୟ ବର୍ଷରେ ଆଇଟିସିର ଫିଲ୍ ଗୁଡ୍ ୱିଥ୍ ଫିଆମା ମେଂଟାଲ ୱେଲ୍‌ବିଙ୍ଗ ସର୍ଭେ, ମାନସିକ ସୁସ୍ଥତା ଓ ମାନସିକ ସ୍ୱାସ୍ଥ୍ୟ ଦିଗରେ ଯୁବ ଭାରତୀୟମାନଙ୍କ ପରିବର୍ତିତ ଆଭିମୁଖ୍ୟକୁ ଅଧିକ ବୁଝିବା ପାଇଁ ରୋଚକପୂର୍ଣ୍ଣ ତଥ୍ୟ ଉନ୍ମୋଚନ କରିଛି । ନେଲ୍‌ସେନ୍‌ଆଇକ୍ୟୁ ଦ୍ୱାରା ପ୍ରସ୍ତୁତ ଏହି ସର୍ଭେ ଫଳାଫଳ ମାନସିକ ସ୍ୱାସ୍ଥ୍ୟ ଦିଗରେ ଜେନ୍‌ଜି ଓ ମିଲେନିଆଲ୍‌ଙ୍କ ପାଇଁ ବିଶ୍ୱାସ, ଆଚରଣ, ପ୍ରମୁଖ ଷ୍ଟ୍ରେସର ଓ ଡି-ଷ୍ଟ୍ରେସର୍‌ଗୁଡିକୁ ଅନ୍ତର୍ଭୁକ୍ତ କରିଛି । ଏହି ସର୍ଭେରେ ସାମିଲ ୮୨% ଉତରଦାତା ଅନୁଭବ କରୁଛନ୍ତି ଯେ, ଟିଭି/ଓଟିଟି କଂଟେଂଟ୍ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ବିଚାରଧାରାକୁ ପ୍ରଭାବିତ କରିବା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ହୋଇପାରେ । ୭୭% ବିଶ୍ୱାସ କରୁଛନ୍ତି, ଟିଭି/ମୁଭି ଓ ଓଟିଟି କଂଟେଂଟ୍ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଆଲୋଚନାକୁ ପରିଚାଳିତ କରିପାରେ । ୭୮% ଭାରତୀୟ ଅନୁଭବ କରୁଛନ୍ତି, ମାନସିକ ସ୍ୱାସ୍ଥ୍ୟର ନାଟକୀୟ ଉପସ୍ଥାପନା ଲୋକମାନଙ୍କୁ ଚିକିତ୍ସା ହାସଲ କରିବାରୁ ରୋକିପାରେ ଏବଂ ୭୯% ବିଶ୍ୱାସ କରୁଛନ୍ତି ଯେ, ଚଳଚିତ୍ରଗୁଡିକରେ ମାନସିକ ସ୍ୱାସ୍ଥ୍ୟର ସକାରାତ୍ମକ ଚିତ୍ରଣ ଏହାକୁ ନେଇ ରହିଥିବା ଅପବାଦ ଓ ଭୂଲଧାରଣାକୁ ଦୂର କରିବାରେ ସାହାଯ୍ୟ କରିପାରିବ । ୮୧% ଲୋକ ଅନୁଭବ କରୁଛନ୍ତି ଯେ, ସେଲିବ୍ରିଟିମାନେ ମାନସିକ ସ୍ୱାସ୍ଥ୍ୟର ସମର୍ଥକ ଭାବେ ଦୃଢ଼ ପ୍ରଭାବ ସୃଷ୍ଟି କରିପାରିବେ । ଚାପ ଓ ବର୍ଦ୍ଧିତ ବ୍ୟଗ୍ରତାର ବିଭିନ୍ନ କାରଣ ସତ୍ୱେ ୫୧% ଭାରତୀୟ ଏକ ଚିକିତ୍ସା ବିକଳ୍ପ ଭାବେ ଅନ୍‌ଲାଇନ୍ କାଉନ୍ସେଲିଙ୍ଗ୍‌କୁ ଚୟନ କରିଥାନ୍ତି । ୮୬% ଭାରତୀୟଙ୍କ ପାଇଁ ଚାପ ଓ ନକାରାତ୍ମକତାର ମୁକାବିଲା ଲାଗି ସଙ୍ଗୀତ ଏକ ପସନ୍ଦର ବିକଳ୍ପ ଅଟେ । ଆଇଟିସି ଫିଆମା, ଦ ମାଇଣ୍ଡ୍‌ସ ଫାଉଣ୍ଡେଶନ ସହ ସହଭାଗିତାରେ ଏହାର ପ୍ରଥମ ଭର୍ଚୁଆଲ କ୍ଲିନିକ୍‌ର ଶୁଭାରମ୍ଭ କରିଛି । ଏହି ଭର୍ଚୁଆଲ କ୍ଲିନିକ୍‌କୁ ଲାଇସେନ୍ସପ୍ରାପ୍ତ ପେସାଦାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ମାନସିକ ସ୍ୱାସ୍ଥ୍ୟ ଥେରାପି ପାଇଁ ସୁଲଭ ପହଂଚକୁ ସକ୍ଷମ କରିବା ଲାଗି ଡିଜାଇନ୍ କରାଯାଇଛି । ପ୍ରତି ଅଧିବେଶନ ପିଛା କେବଳ ୩୦୦ ଟଙ୍କାର ସୁଲଭ ମୂଲ୍ୟରେ ମାଇଣ୍ଡସ୍ ଫାଉଣ୍ଡେଶନର ଜଣେ ବୃତିଗତ ଭାବେ ଯୋଗ୍ୟ ଥେରାପିଷ୍ଟଙ୍କ ସହ ପରାମର୍ଶ କରାଯାଇପାରିବ । ସର୍ଭେ ସମ୍ପର୍କରେ ଆଇଟିସି ଲିମିଟେଡର ପର୍ସନାଲ କେୟାର ପ୍ରଡକ୍ଟସ୍ ବିଜ୍‌ନେସର ଡିଭିଜ୍‌ନାଲ ଚିଫ୍ ଏଗ୍‌ଜିକ୍ୟୁଟିଭ୍ ସମିର ଶତ୍‌ପଥୀ କହିଛନ୍ତି, ‘ଫିଆମା ମେଂଟାଲ ୱେଲ୍‌ବିଙ୍ଗ ସର୍ଭେ ମାନସିକ ସ୍ୱାସ୍ଥ୍ୟ ଓ ସୁସ୍ଥତା ଦିଗରେ ଭାରତୀୟ ଯୁବପିଢି ଓ ସେମାନଙ୍କର ଦୃଷ୍ଟିକୋଣ ଉପରେ ଆଲୋକପାତ କରିବା ଜାରି ରଖିଛି । ଏହାର ୩ୟ ସଂସ୍କରଣରେ ଏହି ସର୍ଭେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉନ୍ମୋଚନ କରିଛି ଯାହା ନିଶ୍ଚିତ ରୂପେ ଅଧିକ ବ୍ୟାପକ ଆଲୋଚନା, ସମସ୍ୟା ଉପରେ ଏକ ଅଧିକ ବିସ୍ତୃତ ସୂଚନା ଏବଂ ମାନସିକ ସ୍ୱାସ୍ଥ୍ୟ ସହଯୋଗକୁ ଉନ୍ନତ କରିବା ପାଇଁ ଏକ ଉତ୍‌ପ୍ରେରକ ହୋଇପାରିବ । ମାନସିକ ସ୍ୱାସ୍ଥ୍ୟକୁ ଅଧିକ ସକ୍ରିୟ ଆଲୋଚନାରେ ପରିଣତ କରିବା ପାଇଁ ଫିଆମାର ପ୍ରୟାସ କେବଳ ଏକ ବିଚାରଧାରା ସୃଷ୍ଟି କରିବାଠାରୁ ଆଗରେ ରହିଛି । ମାଇଣ୍ଡ୍‌ସ ଫାଉଣ୍ଡେଶନ ସହ ସହଭାଗିତାରେ ଏହା ସବ୍‌ସିଡାଇଜ୍‌ଡ ଭର୍ଚୁଆଲ ଥେରାପି ପାଇଁ ପହଂଚକୁ ସକ୍ଷମ କରୁଛି ।

powered by social2s