ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କୋରାପୁଟ ଜିଲ୍ଲା ଜୟପୁରରେ ଗୁପ୍ତେଶ୍ଵର ମନ୍ଦିର, ମା ଦୁର୍ଗା ଓ ଗଣେଶ ବୃକ୍ଷ୍ୟ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ୪୦ ଜଣ କୋରାପୁଟ ଜିଲ୍ଲାର ଜୟପୁରରେ ଥିବା ଗୁପ୍ତେଶ୍ଵର ମନ୍ଦିର ପରିଦର୍ଶନ ସହିତ ମା ଆଦିଶକ୍ତି ଦୂର୍ଗା ଓ ଆସିବା ରାସ୍ତା ରେ ବୃକ୍ଷ ଗଣେଶ କୁ ଦର୍ଶନ କରିଥିଲେ। ମନ୍ଦିର ଗୁମ୍ଫା ମଧ୍ୟରେ ପ୍ରଭୁ ଗୁପ୍ତେଶ୍ଵର ଙ୍କୁ ଦର୍ଶନ କରି ସମସ୍ତେ ଆନନ୍ଦିତ ହୋଇଥିଲେ। ଲୋକ ମାନଙ୍କ ସହିତ କଥା ହେବାରୁ ଜଣାପଡ଼ିଲା ଯେ ପ୍ରଭୁ ଏଠିକାର ରାଜାଙ୍କୁ ସ୍ଵପ୍ନରେ ଏହି ମନ୍ଦିର ବିସୟ ରେ ଅବଗତ କରିଥିଲେ। ତା ପରେ ନିଜେ ତାଙ୍କ ପାରିଷଦ ଓ ସୈନ୍ୟ ସାମନ୍ତ ଙ୍କୁ ନେଇ ଜଙ୍ଗଲ ଭିତେର ଗୁମ୍ଫାରେ ଅବସ୍ଥିତ ଥିବା ପ୍ରଭୁ ଗୁପ୍ତେଶ୍ଵର ଙ୍କୁ ଲୋକଲଚନକୁ ଆଣିଥିଲେ।

powered by social2s