ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କୋରାପୁଟ ରେ ଶାବରୀ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର, କଫି ବଗିଚା, ଦେଓମାଳି ଓ ରାଣୀଡୁଡୁମା ଜଳ ପ୍ରପାତ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ୪୦ ଜଣ ଦ୍ଵିତୀୟ ପର୍ଯ୍ୟାୟ ରେ ଜୟପୁର କୋରାପୁଟ ରେ ଶାବରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ ସହିତ, ଦେଓ ମାଳି ଓ ରାଣୀଡୁଡୁମା ଜଳ ପ୍ରପାତ ପରିଦର୍ଶନ କରିଥିଲେ। ପୂର୍ବ ଦିନ ସମସ୍ତେ ମନ୍ଦିର ଗୁମ୍ଫା ମଧ୍ୟରେ ପ୍ରଭୁ ଗୁପ୍ତେଶ୍ଵର ଙ୍କୁ ଦର୍ଶନ କରିଥିଲେ ଓ ଦ୍ୱତୀୟ ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ରେ ଶ୍ରୀଜଗନ୍ନାଥଙ୍କ ସମସ୍ତ ବେଶ ଓ ପରିସର ରେ ଅନ୍ୟ ବହୁ ଦେବା ଦେବୀ ଙ୍କୁ ଦର୍ଶନ କରି ସମସ୍ତେ ଆନନ୍ଦିତ ହୋଇଥିଲେ। ସମସ୍ତେ କଫି ବଗିଚା ଦେଖିବା ପରେ ଦେଓମାଳୀ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିଥିଲେ। ସେଠାରେ ମିଳୁଥିବା ସତେଜ ଗାଈ ଦହିରେ ଲଙ୍କା ଗୁଣ୍ଡ ଓ ଲୁଣ ପକାଇ ପିଇବା ବହୁତ ଆନନ୍ଦ ଦାୟକ ଥିଲା। ତତ ପରେ ରାଣୀ ଡୁଡୁମା ଜଳପ୍ରପାତ ରେ ପହଞ୍ଚି ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ପରିବେଶ ରେ ଜଳ ପ୍ରପାତ ର ମଜା ନେବା ସହ ସ୍ମୃତି ରେ ବାନ୍ଧି ରଖିବା ପାଇଁ ଫଟୋ ଉଠାଇ ଥିଲେ।

powered by social2s