ଭୁବନେଶ୍ୱର: ବାଲେଶ୍ବର ଜିଲ୍ଲାରେ ଦେଶର ପ୍ରଥମ ବଜ୍ରପାତ ଅନୁସନ୍ଧାନ କେନ୍ଦ୍ର ପ୍ରତିଷ୍ଠା ପାଇଁ ପରିକଳ୍ପନା କରିଛି ଭାରତୀୟ ପାଣିପାଗ ବିଭାଗ।
ଭୂ-ବିଗ୍ୟାନ ମନ୍ତ୍ରଣାଳୟ ନିସ୍ପତ୍ତି ଅନୁଯାୟୀ ଆଇ ଏମ୍ ଡି, ଆଇ ଏସ୍ ଆର୍ ଓ, ଡି ଆର୍ ଡି ଓ ସହଯୋଗରେ ଏହି କେନ୍ଦ୍ର ପ୍ରତିଷ୍ଠା ହେବ।
ଏହି ଅନୁସନ୍ଧାନ କେନ୍ଦ୍ର ଦ୍ୱାରା ବଜ୍ରପାତ ସମ୍ବନ୍ଧରେ ଆହୁରି ସଠିକ ଓ ନିର୍ଭୁଲ ଆକଳନ କରିହେବ।
ଏହା ସହ ଧନ ଜୀବନ ରକ୍ଷାବି ହୋଇପାରିବ ବୋଲି ଆଇ ଏମ୍ ଡି ମହାନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
ସୂଚନାଯୋଗ୍ୟ ପ୍ରତିବର୍ଷ ଏପ୍ରିଲ ଓ ଜୁନ୍ ମାସ ମଧ୍ୟରେ ଘଡଘଡି ଓ ବଜ୍ରପାତରେ ବହୁ ଧନ ଜୀବନ ନଷ୍ଟ ହୋଇଥାଏ।
ଏଥିରେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡ ରାଜ୍ୟକୁ ବଜ୍ରପାତର ଅଧିକ ଭୟ ରହିଥାଏ।
powered by social2s

