ଭଦ୍ରକ ଏସ୍ ପି ଅଫିସ ଆଗରେ ମା' ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭଦ୍ରକ: ଭଦ୍ରକ ଜିଲ୍ଲା ଏସ୍ ପି ଅଫିସ ସମ୍ମୁଖରେ ଜଣେ ମା' ଓ ତାଙ୍କ ପୁଅ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ସୂଚନା ଅନୁଯାୟୀ ଜମିବାଡ଼ି ବିବାଦକୁ ନେଇ ଜୋଛ୍ନାରାଣୀ ପାତ୍ର ଓ ତାଙ୍କ ପୁଅ ପଞ୍ଚାନନ ପାତ୍ର ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିବା ସମୟରେ ପୁଲିସ ତାଙ୍କୁ କାବୁ କରିନେଇଥିଲା।

ତେବେ ସେମାନଙ୍କ କହିବା ଅନୁଯାୟୀ ତାଙ୍କ ଜମିକୁ ଜଣେ ଜବରଦଖଲ କରିଥିବାରୁ ସେମାନେ ପୁଲିସ ଓ ତହସିଲଦାର ଙ୍କୁ ବାରମ୍ବାର ଭେଟି ନ୍ୟାୟ ମାଗିଥିଲେ ମଧ୍ୟ କୈଣସି ପଦକ୍ଷେପ ନିଆଯାଇନଥିଲା।

୨୦୦୧୬ ମସିହାରେ କୋର୍ଟ ତାଙ୍କ ପକ୍ଷରେ ମଧ୍ୟ ରାୟ ଦେଇଥିବା କଥା ସେମାନେ କହିଛନ୍ତି। 

ଆଜି ସକାଳୁ ମା' ଓ ପୁଅ ଦୁଇଜଣ ଏସ୍ ପି ଅଫିସକୁ ଆସିଥିଲେ, ମାତ୍ର ସେଠାରେ ହଠାତ ବାହାରକୁ ବାହାରି ଏଭଳି ପଦକ୍ଷେପ ନେଇଛନ୍ତି।

powered by social2s