ଫେବୃଆରୀ ୭ରୁ ୧୦ ପର୍ଯ୍ୟନ୍ତ ଓଡ଼ିଶାକୁ ପ୍ରବଳ ଶୀତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଓଡ଼ିଶାର ଉପକୂଳ ଜିଲ୍ଲା ଓ ଅନ୍ୟ କେତେକ ଜିଲ୍ଲା ଗୁଡିକରେ ଫେବ୍ରୁଆରୀ ୭ ତାରିଖରୁ ୧୦ ତାରିଖ ମଧ୍ୟରେ ପ୍ରବଳ ଶୀତ ଅନୁଭବ ହେବ। 

ଏନେଇ ସମ୍ପୃକ୍ତ ଜିଲ୍ଲା ମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର। 

ଆସନ୍ତା ୭ ତାରିଖ ପାଇଁ ୬ଜିଲ୍ଲାକୁ ୟେଲୋ ୱର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ। 

ସେଗୁଡ଼ିକ ହେଲା ସୁନ୍ଦରଗଡ, ଝାରସୁଗୁଡ଼ା, ଦେଓଗଡ, କନ୍ଧମାଳ, କଳାହାଣ୍ଡି ଓ କେନ୍ଦୁଝର। 

ସେହିଭଳି ୮ ଓ ୯ ତାରିଖ ପାଇଁ ୧୮ଟି ଜିଲ୍କାକୁ ସତର୍କ ସୂଚନା ଜାରି କରାଯାଇଛି। 

ସେଗୁଡିକ ହେଲା ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ଦେଓଗଡ, ଅନୁଗୁଳ, ଢେ଼ଙ୍କାନାଳ, କେନ୍ଦୁଝର, ମାଲକାନଗିରି, ବାଲେଶ୍ଵର, ଭଦ୍ରକ, ବୈଦ୍ଧ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର ଓ କନ୍ଧମାଳ।

 

powered by social2s