ଭୁବନେଶ୍ୱର: ଗତବର୍ଷ ଭୟଙ୍କର ମହାମାରୀ କୋଭିଡ-୧୯ ସାରା ବିଶ୍ୱକୁ କବଳିତ କରି ଆତଙ୍କ ସୃଷ୍ଟି କରିଥିବା ବେଳେ ଆମ ଦେଶ ଭାରତ ମଧ୍ୟ ଏହି ମହାମାରୀର ସଂକ୍ରମଣରୁ ରକ୍ଷା ପାଇପାରି ନଥିଲା।ଏହି ବିପତ୍ତି ସମୟରେ ଆମ ରାଜ୍ୟରେ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ତ୍ୟାଗ ଓ ନିଷ୍ଠାର ସହ କାର୍ଯ୍ୟ କରି ଜୀବନ ଦେଇଛନ୍ତି, ସେହି କୋରନା ଯୋଦ୍ଧା ମାନଙ୍କ ସ୍ମୃତି ରକ୍ଷା ନିମନ୍ତେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ପାର୍କରେ ଏକ ସ୍ମୃତି ସ୍ତମ୍ଭ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି।
ଏହି ସ୍ମୃତି ସ୍ତମ୍ଭର ଡିଜାଇନ ଓ ନିର୍ମାଣର ସମ୍ପୂର୍ଣ୍ଣ ଦାଇତ୍ୱ ପୂର୍ତ୍ତ ବିଭାଗ ଉପରେ ନ୍ୟସ୍ତ କରା ଯାଇଛି। ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସରେ ଏହା ଉଦଘାଟିତ ହେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।
powered by social2s

