ଭୁବନେଶ୍ୱର : କୋରୋନା ସଂକ୍ରମଣ ବଢୁଥିବାରୁ ପିପିଲି ଉପନିର୍ବାଚନ ସ୍ଥଗିତ ରଖିବାକୁ ଦାବି କଲା କଂଗ୍ରେସ । ସ୍ଥଗିତ ରଖିବାକୁ ସବୁ ରାଜନୈତିକ ଦଳଙ୍କୁ ଅପିଲ କଲା କଂଗ୍ରେସ। କଂଗ୍ରେସ ନେତା ପ୍ରଦୀପ ମାଝୀ କହିଛନ୍ତି ଯେ ମେ ମାସରେ କୋଭିଡ୍ ସ୍ଥିତି ଭୟାବହ ହେବ ବୋଲି ମତବ୍ୟକ୍ତ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ତେଣୁ କୋରୋନା ଆୟତକୁ ନ ଆସିବା ପର୍ଯ୍ୟନ୍ତ ଉପନିର୍ବାଚନ ସ୍ଥଗିତ ରହୁ ବୋଲି ସେ ନିବେଦନ କରିଛନ୍ତି।
powered by social2s

