ପିପିଲି ଉପନିର୍ବାଚନରେ ଭାଗ ନେଉଥିବା ପୋଲିଙ୍ଗ କର୍ମଚାରୀ ଦୁଇଟି ଡୋଜ କୋଭିଡ ଟୀକା ନେଇଥିବା ଜରୁରୀ

ରାଜନୀତି
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ଭାଗ ନେଉଥିବା ପୋଲିଙ୍ଗ କର୍ମଚାରୀ ଦୁଇଟି ଡୋଜ କୋଭିଡ ଟୀକା ନେଇଥିବା ଜରୁରୀ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି।

 

ଏକ ସାମ୍ବାଦିକ ସମ୍ମିଳନୀରେ ଲୋହାନି ସୂଚନା ଦେଇଛନ୍ତି ଯେ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା କୋଭିଡ କଟକଣାରେ ହେବ। ପ୍ରଚାର ବେଳେ ରୋଡ଼ ଶୋ' ପାଇଁ ଅନୁମତି ଦିଆଯିବ ନାହିଁ। ପୂର୍ବରୁ ପ୍ରାର୍ଥୀ ନିର୍ଦ୍ଧାରିତ ହୋଇଥିବାରୁ ପ୍ରଚାର ପରେ ହେବ ନିର୍ବାଚନ।

 

ପ୍ରାର୍ଥୀଙ୍କ ସମେତ ସର୍ବାଧିକ ପାଞ୍ଚ ଜଣ ଘର ଘର ବୁଲି ପ୍ରଚାର କରିପାରିବେ। ଗୋଟିଏ ନିର୍ବାଚନୀ ରାଲିରେ ସର୍ବାଧିକ ୫୦ ଲୋକ ଓ ୨୦ ଟି ଗାଡ଼ିକୁ ମିଳିବ ଅନୁମତି।

 

ସେପ୍ଟେମ୍ବର ୨୭ ସନ୍ଧ୍ୟାରେ ସରିବ ଉପନିର୍ବାଚନ ପ୍ରଚାର। ସେପ୍ଟେମ୍ବର ୩୦ ତାରିଖରେ ହେବ ନିର୍ବାଚନ।

 

powered by social2s