ବିଜେଡି ପାଳୁଛି ୨୫ ତମ ପ୍ରତିଷ୍ଠା ଦିବସ

ରାଜନୀତି
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଆଜି ବିଜେଡି ପାଳୁଛି ୨୫ ତମ ପ୍ରତିଷ୍ଠା ଦିବସ। ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟ ରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସବୁ କ୍ଷେତ୍ରରେ ଆଗେଇଛି ଓଡ଼ିଶା। ତୃଣମୂଳ ସ୍ତରରେ ସବୁ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ଆମର ଲକ୍ଷ ବୋଲି ସେ କହିଛନ୍ତି।

ଦଳ ପକ୍ଷରୁ ପୁରୀ ଗୋପବନ୍ଧୁ ଆୟୁର୍ବେଦିକ କଲେଜରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ସେହିପରି ରାଉରକେଲାରେ ମଧ୍ୟ ରକ୍ତଦାନ ଶିବିର, କମଳ ଓ ଫଳ ବଣ୍ଟନ କରାଯାଇଛି।

 

powered by social2s