Warning: getimagesize(/home/odiaray/public_html/images/IMG-20201226-WA0007.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

ମହିଳା ସଶକ୍ତିକରଣ ବିନା ଦେଶ ଏବଂ ସମାଜର ବିକାଶ ଅସମ୍ଭବ: ଓଡିଶା ମୁଖ୍ୟମନ୍ତ୍ରୀ

ରାଜନୀତି
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ମହିଳା ସଶକ୍ତିକରଣ ବିନା ଦେଶ ତଥା ସମାଜର ବିକାଶ ଅସମ୍ଭବ ବୋଲି ଶନିବାର ଦଳର ୨୪ ତମ ପ୍ରତିଷ୍ଠା ଦିବସରେ ବିଜୁ ଜନତା ଦଳ ସୁପ୍ରିମୋ ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ମହିଳା ସଶକ୍ତିକରଣ ମୋର ପ୍ରିୟ କାର୍ଯ୍ୟକ୍ରମ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ପ୍ରାୟ ୮୦ ଲକ୍ଷ ମହିଳାଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।

ମାଆ ମାନେ ସମାଜର ଚକର ଅଖ, ସେମାନଙ୍କ ପ୍ରଗତିବିନା ସମାଜ ଆଗେଇବ ନାହିଁ ବୋଲି ସେ କହିଛନ୍ତି।

ପଞ୍ଚାୟତ ନିର୍ବାଚନରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେଇ ବିଜୁ ବାବୁ ଏକ ଇତିହାସ ସୃଷ୍ଟି କରିଥିଲେ। ନବୀନ ଆହୁରି ମଧ୍ୟ କହିଛନ୍ତି ଯେ ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଯୋଗାଇବା ପାଇଁ ଦଳ ସଂଗ୍ରାମ କରୁଛି।

powered by social2s