ଭୁବନେଶ୍ୱର: ଆଜି ଭୁବନେଶ୍ୱର ସି ଆର ପି ଛକରେ ଜଟିଆ(ଟୁକୁନା ଦାସ) ନାମକ ଜୈନକ ଯୁବକକୁ ଦୁଇ ଭାଇ ଗୋଡ଼ାଇ ଗୋଡ଼ାଇ ମରଣାସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ଘଟଣାର ବିବରଣୀ ଲରୁ ଜଣାପଡିଛିଛି ଯେ,OD 02 BN-1231 ନମ୍ବର ବିଶିଷ୍ଠ ଏକ ପିକ ଅପ ଭ୍ୟାନରେ ତିନି ଜଣ ଯୁବକ ଯାଉଥିବା ସମୟରେ ହଠାତ ଗାଡିର ଚାଳକ ଗାଡିରୁ ବାହାରି ରାସ୍ତାରେ ଦୌଡ଼ିବାରେ ଲାଗିଥିଲେ। ତାଙ୍କ ପଛରେ ଅନ୍ୟ ଦୁଇ ଜଣ ଯୁବକ ବିଭିନ୍ନ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବାରେ ଲାଗିଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଲୋକେ ପାଟି କରିବା ସହ ଦୃବୃତ୍ତ ମାନଙ୍କୁ ପଥର ମାରି ପ୍ରତିରୋଧ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଖବର ପାଇ ପିସିଆର ଭ୍ୟାନ ପହଁଚି ଲୋକଙ୍କ ସହାୟତାରେ ଦୁଇ ଦୃବୃତ୍ତ ସୁଧୀର ଓ ସାଗର ଙ୍କୁ ନିଜ କବ୍ଜା କୁ ନେବା ସହ ଆହତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ଆହତ ଯୁବକଙ୍କୁ ମୃତ ଘୋଷଣା କରଥିଲେ। ଅନ୍ୟ ପକ୍ଷରେ ଅଭିଯୁକ୍ତ ଦୁଇ ଯୁବକ ଉତ୍ୟକ୍ତ ଲୋକଙ୍କ ମାଡ଼ରେ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲ ଭର୍ତ୍ତି ହୋଇଛନ୍ତି।
ଭୁବନେଶ୍ୱରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁଇ ଭାଇ
Tools
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

