ଭୁବନେଶ୍ବର: ଭୁବନେଶ୍ୱର ଅନ୍ଧାରୁଆ ଅଞ୍ଚଳରୁ ମିଳିଥିବା ମୁଣ୍ଡ ବିହୀନ ଶବ ଘଟଣାରେ ଦୁଇ ଜଣକୁ ଅଟକ ରଖିଛି କମିଶନରେଟ ପୁଲିସ।
ମହିଳା ଜଣକ ମଞ୍ଚେଶ୍ୱର ଅଞ୍ଚଳର ହୋଇଥିବା ସୂଚନା ମିଳିଛି।
ସ୍ୱାମୀଙ୍କୁ ଛାଡି ସେ ଅନ୍ୟଜଣଙ୍କ ସହିତ ରହୁଥିଲେ।
ସେହି ବ୍ୟକ୍ତି ଓ ତାଙ୍କ ସହଯୋଗୀ ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ଅଭିଯୁକ୍ତଙ୍କ ଘର ଗଞ୍ଜାମ ଜିଲ୍ଲାରେ ଓ ସେ ପେଶାରେ ଜଣେ ଡ୍ରାଇଭର ବୋଲି ଜଣାପଡିଛି।
ସୂଚନାଯୋଗ୍ୟ ଗତ କିଛି ଦିନ ତଳେ ଅନ୍ଧାରୁଆ ଦାସପୁର ରାସ୍ତାରୁ ଏକ ମହିଳାଙ୍କ ମୁଣ୍ଡ ବିହୀନ ଶବ ମିଳିଥିଲା।
powered by social2s

