ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ପୁଣି ଗୁଳିମାଡ଼ ହୋଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ବଚସାକୁ ନେଇ ରାଉରକେଲା ଦେଓଗାଁ ଅଞ୍ଚଳରେ ଫୁଟିଛି ଗୁଳି। ଦୁଇ ରାଉଣ୍ଡ ଗୁଳି ଫୁଟିଥିବା ନେଇ ସୂଚନା । ଘଟଣାରେ ରଘୁନାଥପାଲ୍ଲୀ ଥାନା ପୋଲିସ ୨ଜଣଙ୍କୁ ଅଟକ ରଖିଛି। ଏକ ଢ଼ାବା ସମ୍ମୁଖରେ ଜଣେ ବ୍ୟକ୍ତିଙ୍କ ଉପରକୁ ଗୁଳିମାଡ଼ ହୋଇଛି। ତାଙ୍କ ଦେହରେ ଗୁଳି ବାଜିନାହିଁ। ସେ ସୁରକ୍ଷିତ ଅଛନ୍ତି।
ଗତ ଫେବୃୟାରୀ ମାସରେ ମଧ୍ଯ ରାଉଲକେଲା ସେକ୍ଟର ୪ ଅଞ୍ଚଳରେ ଗୁଳିମାଡ଼ ହୋଇଥଲା।
powered by social2s