ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ। କନ୍ଧମାଳ ଜିଲ୍ଲା ଫୁଲବାଣୀରୁ ହିମାଚଳ ପ୍ରଦେଶ ଚାଲାଣ ବେଳେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ସ୍ୱତନ୍ତ୍ର କ୍ରାଇମ୍ ୟୁନିଟ୍ ଓ ଖଣ୍ଡଗିରି ଥାନା ପୋଲିସ। ଟ୍ରକରେ ସ୍ପେଶାଲ ଚାମ୍ବର କରି ଗଞ୍ଜେଇ ଚାଲାଣ କରୁଥିଲେ। ଗଞ୍ଜେଇ ବାସ୍ନା ରୋକିବାକୁ ଗନ୍ଧ କର୍ପୁର ବିଛାଇଥିଲେ।
powered by social2s