ସମ୍ବଲପୁରରେ ଏନ୍‌କାଉଣ୍ଟର

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସମ୍ବଲପୁର: ସମ୍ବଲପୁରରେ ପୁଣି ଏନ୍‌କାଉଣ୍ଟର ହୋଇଛି। ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ବଣ୍ଟି ସୁନା ଆହତ ହୋଇଥିବା ସୂଚନା। ଅସ୍ତ୍ରଶସ୍ତ୍ର ମହଜୁଦ ରଖିବା ଓ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତି ଥିଲା ବଣ୍ଟି। ଚାରମାଳ ଥାନା ମୋଚିବାହାଲ ଅଞ୍ଚଳରେ ଏନ୍‌କାଉଣ୍ଟର ହୋଇଛି। ପୋଲିସ ଉପରକୁ ଗୁଳି କରିବାରୁ ପାଲଟା ଗୁଳିରେ ଅପରାଧୀର ବାମ ଗୋଡ଼ରେ ବାଜିଛି ଗୁଳି। ତାକୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ବଣ୍ଟି ନାଁରେ ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାରେ ପ୍ରାୟ ୧୬ଟି ମାମଲା ରହିଛି।

powered by social2s