ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସମ୍ବଲପୁର : ସମ୍ବଲପୁର କେନାଲ ରୋଡ୍ ସୁଦୁଙ୍ଗା ଜଙ୍ଗଲ ନିକଟରେ ଏନ୍‌କାଉଣ୍ଟର। ପୋଲିସ ଗୁଳିରେ ସୁନାପାଲିର ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ଇରଫାନ୍ ଆହତ ହୋଇଛି । ଗିରଫ ବେଳେ ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲା ଇରଫାନ୍। ପାଲଟା ଜବାବରେ ପୋଲିସର ଗୁଳିରେ ତା ବାମ ଗୋଡ଼ରେ ୨ଟି ଗୁଳି ବାଜିଛି। ତାକୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ପିସ୍ତଲ, ଗୁଳି, ୩ଟି ଖୋକା ଓ ବାଇକ୍ ଜବତ। ଇରଫାନ୍ ନାଁରେ ଡକାୟତି, ଲୁଟ୍, ଚୋରି, ନିଶା କାରବାର ଭଳି ସଙ୍ଗୀନ ମାମଲା। ତାର ୨ ସହଯୋଗୀଙ୍କୁ କାବୁ କଲା ସଦର ଥାନା ପୋଲିସ।

powered by social2s