କଟକରୁ ୧ କୋଟିରୁ ଉର୍ଦ୍ଧ ଟଙ୍କା ମୂଲ୍ୟର ବ୍ରାଉନ ସୁଗର ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

କଟକ: ସ୍ୱତନ୍ତ୍ର ସ୍କୁୱାର୍ଡ ଓ ଲାଲବାଗ ଥାନା ପୋଲିସ ମିଳିତ ଚଢ଼ାଉ କରି ୧ କେଜି ୧୫୯ ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛନ୍ତି। ଏହି ୬ ଜଣଙ୍କ ମଧ୍ୟରୁ ୪ ଜଣ ଜଗତସିଂହପୁରର ହୋଇଥିବା ବେଳେ ଜଣେ ପୁରୀ ଓ ଅନ୍ୟ ଜଣକ କଟକ ର ବାସିନ୍ଦା ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର-କଟକ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

 

ଏହି ବ୍ରାଉନ ସୁଗର ବାଲେଶ୍ଵର ଜିଲ୍ଲାର ଜଳେଶ୍ବରରୁ ଆସି ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଆଦି ଜିଲ୍ଲାକୁ ଚାଲାଣ ହେବାର ଯୋଜନା ହୋଇଥିଲା ବୋଲି ଜଣାପଡ଼ିଛି।

 

ଏହାକୁ ମିଶାଇ ଗତ ପାଞ୍ଚ ମାସରେ କଟକ ଓ ଭୁବନେଶ୍ୱରରୁ ୬ କେଜିରୁ ଅଧିକ ଓଜନର ବ୍ରାଉନ ସୁଗର ଜବତ ହୋଇଛି।

 

 

powered by social2s