ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଣପାଳ ଗାଁରେ ଜଣେ ମହିଳା ତାଙ୍କ ଶ୍ୱଶୁରଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ମୃତକ ହେଲେ ପବନା ହାତୀ। ଗତକାଲି ବିଳମ୍ବିତ ରାତିରେ ଟାଙ୍ଗିଆରେ ହାଣି ପବନାଙ୍କୁ ତାଙ୍କ ବୋହୁ ରୁପା ହାତୀ ହତ୍ୟା କରିଥିବା ଜଣାପଡ଼ିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବୋହୁ ଘଟଣାସ୍ଥଳକୁ ଫେରାର ହୋଇଯାଇଛନ୍ତି। ପାରିବାରିକ କଳହକୁ କେନ୍ଦ୍ର କରି ଏହି ଅଭାବନୀୟ ଘଟଣା ଘଟିଥିବା କହିଛନ୍ତି ସ୍ଥାନୀୟ ଲୋକେ।
powered by social2s

