କ୍ୟାପିଟାଲ ଥାନାର "ବସ୍ତି କୁ ଚାଲ ଅଭିଯାନ" ଆରମ୍ଭ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଦିନକୁ ଦିନ କମିଶନରେଟ ପୋଲିସ ଅଞ୍ଚଳରେ ନିଶା କାରବାର ସହ ଛୋଟବଡ଼ ଅପରାଧ ବୃଦ୍ଧିକୁ ନେଇ କମିଶନରେଟ ପୋଲିସର ମୁଣ୍ଡ ବିନ୍ଧା ବଢି ଯାଇଥିବା ବେଳେ ଆଜି କମିଶନରେଟ ପୋଲିସ ର "ବସ୍ତିକୁ ଚାଲ"ଅଭିଯାନ ଆରମ୍ଭ ହୋଇଛି। କାରଣ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ଘଟିଥିବା ବିଭିନ୍ନ ଅପରାଧିକ ଘଟଣାକୁ ତର୍ଜମା କଲେ ପ୍ରାୟତଃ ବସ୍ତି ଅଞ୍ଚଳର ଯୁବକ ମାନଙ୍କର ସମ୍ପୃକ୍ତି ରହିଥିବା ଦେଖା ଯାଉଛି।ଏହି ପରିପ୍ରେକ୍ଷୀରେ ଗତକାଲି ସନ୍ଧ୍ୟାରେ କ୍ୟାପିଟାଲ ଥାନା ପକ୍ଷରୁ ସ୍ଥାନୀୟ ଫାଳିକିଆ ବସ୍ତିରେ ସଚେତନ କରା ଯାଇଥିଲା। ଥାନାର ଅତିରିକ୍ତ ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭଶ୍ରୀ ପଣ୍ଡା ଙ୍କ ତତ୍ୱାବଧାନରେ ଦୁଇ ସେକ୍ସନ ପୋଲିସ ଫୋର୍ସ ସହ ଫାଳିକିଆ ବସ୍ତିରେ, ନିଶା ଦ୍ରବ୍ୟ କାରବାରକୁ ବେରୋଧ କରିବା, ବସ୍ତି ମଧ୍ୟକୁ ନୂଆ ଲୋକ ଆସିଲେ ସଂଗେ ସଂଗେ ପୋଲିସକୁ ଜଣାଇବା ସହ ସବୁକ୍ଷେତ୍ରରେ ପୋଲିସକୁ ସହଯୋଗ କରିବାକୁ ପରାମର୍ଶ ଦିଆ ଯାଇଥିଲା।।ଏହି  "ବସ୍ତିକୁ ଚାଲ ଅଭିଯାନ" ରେ (ନୋଡାଲ ଅଫିସର) A.S.I ଖାନ ବାବୁ ଓ A.S.I ବେହୁରା ବାବୁ, A.S.I. ବେଣୁଧର ବାବୁ A.S.I କୋଲାନ ବାବୁ ସହଯୋଗ କରିଥିଲେ।ଆଗାମୀ ଦିନରେ ଏହିଭଳି ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜଣାପଡିଛି।

powered by social2s