ଭୁବନେଶ୍ବରରେ ପରିବା ଦୋକାନ ଭିତରୁ ମିଳିଲା ଯୁବକଙ୍କ ମୃତଦେହ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ଵରର ସୌଭାଗ୍ୟ ନଗରର ଏକ ପରିବା ଦୋକାନରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକ ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତାଙ୍କର ପତ୍ନୀଙ୍କ କହିବା ଅନୁଯାୟୀ ରୁଣଗ୍ରସ୍ତ ଥିବାରୁ କିଛି ଦିନ ହେବ ତାଙ୍କ ସ୍ୱାମୀ ମାନସିକ ଚାପରେ ରହୁଥିଲେ ।ଖବର ପାଇ ଘଟଣା ସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

powered by social2s