ଭୁବନେଶ୍ବର: ଏଥର ସାଇବର ଠକଙ୍କ ହାବୁଡ଼ରେ ପଡିଛନ୍ତି ନିଜେ କ୍ରାଇମବ୍ରାଞ୍ଚ ଏଡିଜି। ଗତ ୯ ତାରିଖରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ ମେସେଜ ପଠାଇ ଟଙ୍କା ମାଗିଛନ୍ତି ସାଇବର ଠକ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଏଡିଜି ଙ୍କୁ ଟଙ୍କା ମାଗିଛନ୍ତି ଏହି ଠକ। ଚାଟ୍ ମେସେଜ ରେ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟ ଦିଆଯାଇଥିଲା। ପରେ ଏହା କାମ କରୁନଥିବା କହି ଏସବିଆଇ ଆକାଉଣ୍ଟ ନମ୍ବର ଦିଆଯାଇଥିଲା। ଯାଞ୍ଚ ବେଳେ ଏହି ଦୁଇ ଆକାଉଣ୍ଟ ଗୁଜୁରାଟ ଓ ତ୍ରିପୁରାରେ ଫ୍ରଡ଼ ଆକାଉଣ୍ଟ ବୋଲି ଜଣାପଡିଛି। ପରେ ଏହି ଦୁଇ ଆକାଉଣ୍ଟ କୁ ବ୍ଲକ କରାଯାଇଛି। ସେହିପରି ଫୋନ ନମ୍ବର, ଇମେଲ୍ ଆଇଡି ଓ ମେସେଜ କୁ ମଧ୍ୟ ଯାଞ୍ଚ କରାଯାଉଛି। ଓକାକ୍ ସାଇବର ଫ୍ରଡ଼ ମାମଲାରେ ଫେରିବା ଥିବା ଅଭିଯୁକ୍ତ ଏହି ମେସେଜ ପଠାଇଥିବା ସନ୍ଦେହ କରାଯାଉଛି।
powered by social2s

