ବାଲେଶ୍ଵର: ବାଲେଶ୍ବର ଜିଲ୍ଲା ସୋର ୧୬ ନଂ ଜାତୀୟ ରାଜପଥ ଉତ୍ତରଶ୍ୱର ନିକଟ ମହାବୀର ପେଟ୍ରୋଲ ପମ୍ପରୁ ଗତକାଲି ବିଳମ୍ବିତ ରାତିରେ ଲୁଟ ହୋଇଛିl ଦୁଇ ଜଣ ଡକାୟତ ପେଟ୍ରୋଲ ପମ୍ପରେ ଥିବl ଅଫିସ ଗୃହରେ ପଶି ଦୁଇ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭିତ କରିବା ସଜ କର୍ମଚାରୀଙ୍କୁ ଧସ୍ତାଧସ୍ତି କରି ଟେବୁଲ ଡ୍ରୟାର ଭାଙ୍ଗି ଟଙ୍କା ନେଇ ଫେରାର ହୋଇଯାଇଛନ୍ତି l ଖବର ପାଇ ସୋର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସିସି ଟିଭି ଯାଞ୍ଚ କରିବା ସହ ଘଟଣାର ତନା ଘନା କରିଛନ୍ତି । ତେବେ ପ୍ରାୟ ୪୦ ହଜାର ଟଙ୍କା ଲୁଟ୍ ହୋଇଥିବା କହିଛନ୍ତି ପେଟ୍ରୋଲ ପମ୍ପର କର୍ମଚାରୀ।
powered by social2s

