କୋଣାର୍କ: ପୁରୀ ଜିଲ୍ଳା ଗୋପ ଥାନା ବାଳିକନ୍ଦଳ ଗାଁରେ ଜଣେ ଟେଣ୍ଟ ହାଉସ୍ ମାଲିଙ୍କଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏକ ଡିଜେ ଗାଡ଼ିରୁ ଟେଣ୍ଟ କପଡ଼ା ଚିରିବାରୁ ବଚସା ହୋଇଥିଲା। ପରେ ଡିଜେ ଗାଡ଼ି ରୋକିବାରୁ ଟେଣ୍ଟ ହାଉସ୍ ମାଲିକ କାଳନ୍ଦୀ ପ୍ରଧାନଙ୍କୁ ଆକ୍ରମଣ କରିଥିଲେ ଡିଜେ ମାଲିକ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନା ରେ କାଳନ୍ଦୀ ଙ୍କର ମୃତ୍ୟୁ ହୋଇଥିଲା। ପ୍ରତିବାଦରେ କୋଣାର୍କ- ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ।
powered by social2s

