ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ନେଇ ମହିଳା ଚମ୍ପଟ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଜଗତସିଂହପୁର: ଜଗତସିଂହପୁର ତିର୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଂଚାୟତ ଗଇଠିପୁର ଗ୍ରାମର ପ୍ରଭାକର ସୁତାର ଙ୍କ ସାନ ଝିଅ ମୋନାଲିସା ସୁତାର (ପିଙ୍କି ) ତାଙ୍କ ପଡୋଶୀଙ୍କ ଠାରୁ ବିଭିନ୍ନ ପ୍ରାଲୋଭନ ଦେଖାଇ ୨୦ ଲକ୍ଷ୍ୟ ଟଙ୍କା ରୁ ଉର୍ଦ୍ଧ ଏବଂ ସୁନା ଯାହାକି ୫୦ ଗ୍ରାମ ରୁ ଉର୍ଦ୍ଧ ହେବ ନେଇ ଚମ୍ପଟ ମାରିଛନ୍ତି । ଏହି ବାବଦରେ କୃଷ୍ଣାନନ୍ଦପୁର ପୁଲିସି ଫାଣ୍ଡିରେ ଦୀର୍ଘ ଏକ ମାସରୁ ଉର୍ଦ୍ଧ ହେବ ଅଭିଯୋଗ କରିବା ସ୍ୱେତେ ପୁଲିସି ଫାଣ୍ଡି କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ ଯାହାଫଳରେ ଆମ୍ଭେମାନେ ତିର୍ତ୍ତୋଲ ଥାନାର ଦ୍ୱାରସ୍ଥ ହୋଇଛୁ । ତିର୍ତୋଲ ଥାନାରେ ମୋନାଲିସା ଙ୍କ ନାମରେ ବନଜା ସୁତାର, ରୋଜାଲିନ ସ୍ୱାଇଁ, ବିଶ୍ୱକର୍ମା ଗ୍ରୁପ ର ସେକ୍ରେଟେରୀ ମିନାକ୍ଷୀ ସୁତାର ଏବଂ ଗ୍ରୁପ ର ସମସ୍ତ ମେମ୍ବର ଲିଖିତ ଅଭିଯୋଗ କରିଛନ୍ତି । ମୋନାଲିସା ପଡୋଶୀଙ୍କ ଠାରୁ ଚଞ୍ଚକତା କରି ବିଭିନ୍ନ ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇ ଫେରାର ହୋଇଥିବା ନେଇ ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡିଛି । ଅଭିଯୋଗ ପାଇବାପରେ ତିର୍ତ୍ତୋଲ ପୁଲିସି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାପାଇଁ ପ୍ରତିଶୃତି ଦେଇଛନ୍ତି ।

powered by social2s